oum

ଆନ୍ତର୍ଜାତୀୟ ରକ୍ତ ଶିକୁଳି ନିରାକରଣ ପକ୍ଷ ଉଦ୍‌ଯାପିତ

jsm

ମ.ରାମପୁର, (ହେମନ୍ତ ସାହୁ) : କଳାହାଣ୍ଡି ଜିଲ୍ଲାର ମ.ରାମପୁରରେ ଥିବା ଶ୍ରୀରାମକୃଷ୍ଣ ଆଶ୍ରମର ସ୍ମାରକୀ ହଲ୍ ଠାରେ ଆନ୍ତର୍ଜାତୀୟ ରକ୍ତ ଶିକୁଳି ରୋଗ ନିରାକରଣ ସମ୍ବନ୍ଧୀୟ ସଚେତନତା ପକ୍ଷ କାର୍ଯ୍ୟକ୍ରମ ଆଶ୍ରମର ସମ୍ପାଦକ ସ୍ୱାମୀ ଆଶୋକାନନ୍ଦଜୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ମ.ରାମପୁରର ଡାକ୍ତରୀ ଦଳ, ଆଶ୍ରମର ଭ୍ରାମ୍ୟମାଣ ସ୍ୱାସ୍ଥ୍ୟକେନ୍ଦ୍ରର ଡାକ୍ତରୀ ଦଳଙ୍କ ସମେତ ଆଶ୍ରମର ଅନ୍ୟାନ୍ୟ ସନ୍ୟାସୀଗଣ, କର୍ମଚାରୀ ବୃନ୍ଦ ଓ ଆଦିବାସୀ ଛାତ୍ରାବାସର ଅନ୍ତେବାସୀଗଣ ପ୍ରମୁଖ ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ୧୭୮ଜଣ ଛାତ୍ରମାନଙ୍କ ଠାରୁ ରକ୍ତ ନମୂନା ସଂଗ୍ରହ କରାଯାଇ ପରୀକ୍ଷା ପାଇଁ ପଠଯାଇଛି । ମଞ୍ଚାସୀନ ସମ୍ପାଦକ ଓ ସହ-ସମ୍ପାଦକ ସନ୍ୟାସୀ ଦ୍ୱୟ ଉପସ୍ଥିତ ଜନସାଧାରଣଙ୍କୁ ସୁସ୍ଥ ଓ ନିରାମୟ ଜୀବନଯାପନ ପାଇଁ ଆଶୀର୍ବାଦ ପ୍ରଦାନ କରିଥିଲେ ।

Leave A Reply

Your email address will not be published.