ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ସହର ସନ୍ନିକଟ ଛତ୍ରପୁର ଓଏସଏପି ଅଷ୍ଟମ ବାଟାଲିୟନ ପକ୍ଷରୁ ବାଟାଲିୟନ ପରିସର ସ୍ୱାସ୍ଥ୍ୟକେନ୍ଦ୍ର ଗୃହରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଏଥିରେ ବାଟାଲିୟନ କର୍ମକର୍ତ୍ତା ଓ କର୍ମଚାରି ମାନେ ସାମିଲହୋଇ ସ୍ବେଛାକୃତ ଭାବେ ୧୦୨ ୟୁନିଟ ରକ୍ତଦାନ କରିଥିଲେ । କମାଣ୍ଡେଣ୍ଟ ସୂର୍ୟ୍ୟ ନାରାୟନ ମଲିକ ମୁଖ୍ୟ ଅତିଥି ଭାବେ ଯୋଗଦେଇ କାର୍ୟ୍ୟକ୍ରମର ଶୁଭ ଉଦଘାଟନ କରିଥିଲେ । ଡେପୁଟି କମାଣ୍ଡେଣ୍ଟ ପ୍ରଫୁଲ କୁମାର ସିଂ, ଆସିଷ୍ଟେଣ୍ଡ କମାଣ୍ଡେଣ୍ଟ ଲକ୍ଷ୍ମୀ ନାରାୟଣ ବେହେରା, ଜ୍ୟୋତି ରଞ୍ଜନ ନାୟକ , ସୁବେଦାର ବ୍ରହ୍ମାନନ୍ଦ ମଲ୍ଲିକ , କୃଷ୍ଣଚନ୍ଦ୍ର ବେହେରା, ଏସଆଇ ଆର୍ମଡ଼ ପିକେ ତ୍ରିପାଠୀ, ଏସକେ ସାହୁ, ହାବିଲଦାର ଓ ସିପାହୀ ଶାଖା ସଙ୍ଘ ସଭାପତି ଅଜିତ କୁମାର ରଥ, ମେମ୍ବର ଅସ୍ମିନୀ ପ୍ରଧାନ, ସନ୍ତୋଷ ପ୍ରଧାନ, ଦଣ୍ଡାସି ସେଠି, ଅଜିତ ଗୌଡ଼, ଜ୍ୟୋତି ପ୍ରଧାନ ପ୍ରମୁଖ ଙ୍କ ସହ ଅନୁଷ୍ଠାନର ସମସ୍ତ ଅଫିସର, ହାବିଲଦାର ଓ ସିପାହୀ ସଙ୍ଘ ର କର୍ମକର୍ତ୍ତା ଏବଂ ସଦସ୍ୟ ମାନେ ଉପସ୍ଥିତ ରହିଥିଲେ । ଗୋପାଳ କୃଷ୍ଣ ପଣ୍ଡା, ସୁଶାନ୍ତ କୁମାର ପାଣିଗ୍ରାହୀ, ରାମହରି ପଣ୍ଡା, ନାଗ ଭୂଷଣ ପଣ୍ଡା, ଡମ୍ବରୁ କାର୍କି, ଲକ୍ଷଣ ବେହେରା ପ୍ରମୁଖ ବ୍ରହ୍ମପୁର ରକ୍ତଭଣ୍ଡାର କର୍ମଚାରୀ ପହଞ୍ଚି ରକ୍ତ ସଂଗ୍ରହ କରିବା ସହ ରକ୍ତଦାତା ମାନଙ୍କୁ ସାର୍ଟିଫିକେଟ ପ୍ରଦାନ କରିଥିଲେ ।
Prev Post