oom

କୁନି ଶିଶୁ ସୁମିତର ଜନ୍ମ ଦିନରେ ୩୩ ୟୁନିଟ ରକ୍ତ ସଂଗ୍ରହ

jsmm

ବରଗଡ଼, (ନିରୋଜ କୁମାର ପାଣୀ) : ଆଠ ବର୍ଷ ବୟସର କୁନି ବାଳକ ସୁମିତ ମିଶ୍ରଙ୍କ ଆଜି ଜନ୍ମଦିନ ଅବସରରେ ସଂକଲ୍ପ ପରିବାର ତରଫରୁ ଟୁକୁର୍ଲ୍ଲାସ୍ଥିତ କଲ୍ୟାଣ ମଣ୍ଡପଠାରେ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଆୟୋଜନ କରାଯାଇଥିଲା । ଏହି ଶିବିରକୁ ଅବସର ପ୍ରାପ୍ତ ବାୟୁସେନା ଅଧିକାରୀ ହିମାଂଶୁ ଶେଖର ମେହେର ଓ ଗୋପବନ୍ଧୁ ସାହୁ ମୁଖ୍ୟ ଅତିଥି ଭାବରେ ଯୋଗଦାନ କରି ଶିବିରଟିକୁ ଉଦ୍‌ଘାଟନ କରିବା ସହିତ ରକ୍ତଦାତା ମାନଙ୍କୁ ଉତ୍ସାହିତ କରିଥିଲେ । ଏହି ଶିବିରରେ ଜଣେ ମହିଳା ରକ୍ତଦାତା ସମେତ ମୋଟ ୩୩ ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା । ବରଗଡ଼ ରକ୍ତ ଭଣ୍ଡାରର କର୍ମଚାରୀ ରାକେଶ କୁମାର ରଣା, ଇପ୍ସିତା ମହାନ୍ତି ଏବଂ ବବିତା ନାଏକ ଙ୍କ ସାହାଯ୍ୟରେ ୩୩ ୟୁନିଟ ରକ୍ତ ସଂଗ୍ରହ କରାଯାଇଥିବା ବେଳେ ପାଞ୍ଚ ଜଣ ନୂତନ ରକ୍ତଦାତା ଆଜିର ଏହି ରକ୍ତଦାନ ଶିବିରରେ ରକ୍ତଦାନ କରିଥିଲେ । ସଂକଲ୍ପ ପରିବାରରର ସଦସ୍ୟ ଶେଷଦେବ ପଧାନ, ଅକ୍ଷୟ ମିଶ୍ର, ପିଙ୍କୁ ବେହେରା, ଆଲୋକ ପଧାନ, ନିଧାନ ଦନ୍ତାଙ୍କ ସହିତ ସଂକଲ୍ପ ପରିବାରର ସମସ୍ତ ସଦସ୍ୟ ଶିବିର ପରିଚାଳନାରେ ସହଯୋଗ କରିଥିବା ବେଳେ ଗ୍ରାମର ଗୋନ୍ତିଆ ଶାନ୍ତନୁ ମେହେର, ୱାର୍ଡ ସଦସ୍ୟ ଲିଙ୍ଗରାଜ ପଧାନ ଓ ଗ୍ରାମର ଭଦ୍ର ବ୍ୟକ୍ତି କ୍ଷୀତିପତି ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ । ତେବେ କୁନି ପିଲାଙ୍କ ଜନ୍ମଦିନରେ ରକ୍ତଦାନ ଶିବିରର ଆୟୋଜନକୁ ଅତିଥି ବୃନ୍ଦ ବେଶ ପ୍ରଶଂସା କରିବା ସହିତ କୁନି ପିଲାଙ୍କ ପରିବାର ଲୋକଙ୍କୁ ଏବଂ ସଂକଲ୍ପ ପରିବାରର ସମସ୍ତ ସଦସ୍ୟଙ୍କୁ ଧନ୍ୟବାଦ ଜଣାଇଥିଲେ ।

jittmm
Leave A Reply

Your email address will not be published.