oom

ବାବା ବୈଦ୍ୟନାଥ ମନ୍ଦିରରେ ରକ୍ତଦାନ ଶିବିର ୩୦ୟୁନିଟ ରକ୍ତ ସଂଗ୍ରହ

jsmm

ବରଗଡ଼, (ନିରୋଜ କୁମାର ପାଣୀ) : ବରଗଡ଼ ସଦର ବ୍ଲକ ବରଡୋଳ ଗ୍ରାମରେ ରହିଥିବ ଶୈବପୀଠ ଶ୍ରୀ ଶ୍ରୀ ବାବା ବୈଦ୍ୟନାଥ ମନ୍ଦିରରେ ମହା ଶିବରାତ୍ରି ଅବସରରେ ଗତ ଚାରିଦିନ ଧରି ଚାଲିଥିବା ଶିବରାତ୍ରି ମୋହତ୍ସବର ଆଜି ଉଦ୍‌ଯାପିତ ଦିବସରେ ବରଡୋଳ ଶିବମନ୍ଦିର କମିଟି ଓ ସାମାଜିକ ଅନୁଷ୍ଠାନ ସଂକଳ୍ପ ପରିବାରର ମିଳିତ ଆନୁକୂଲ୍ୟରେ ମନ୍ଦିର ପ୍ରାଙ୍ଗଣରେ ଏକ ସ୍ୱେଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଆଜିର ଶିବିରକୁ ବରଡୋଳ ବୀରସୁରେନ୍ଦ୍ର ସାଏ ଉଚ୍ଚବିଦ୍ୟାଳୟରେ କିରାଣୀ ଭାବରେ କାର୍ଯ୍ୟରତ ଆର୍ତତ୍ରାଣ ମହାପାତ୍ର ଅନୁଷ୍ଠାନିକ ଭାବରେ ଶିବିରକୁ ଉଦ୍‌ଘାଟନ କରିଥିବା ବେଳେ ରକ୍ତଦାତ ମାନଙ୍କୁ ରକ୍ତଦାନ ବିଷୟରେ ଉଦ୍‌ବୋଧନ ଦେଇ ଉତ୍ସାହିତ କରିଥିଲେ । ଆଜିର ଶିବିରରେ ୬ ଜଣ ମହିଳା ରକ୍ତଦାତାଙ୍କ ସମେତ ମୋଟ ୩୦ଜଣ ରକ୍ତଦାତା ରକ୍ତଦାନ କରିଥିଲେ । ଅନେକ ରକ୍ତଦାତା ପ୍ରଥମ କରି ରକ୍ତଦାନ କରିଥିବା ବେଳେ ତାଙ୍କ ମଧ୍ୟରେ ରକ୍ତଦାନକୁ ନେଇ ଉତ୍ସାହ ଦେଖିବାକୁ ମିଳିଥିଲା । ଆଜିର ଶିବିରକୁ ସଂକଳ୍ପ ପରିବାରର ସମ୍ପାଦକ ଜି ରମେଶଙ୍କ ସହିତ ନୀଲେଶ ପଧାନ, ଚନ୍ଦନ ପଧାନ, ତରୁଣ ପଟେଲ, ଅକ୍ଷୟ ମିଶ୍ର, ପିଙ୍କୁ ପଣ୍ଡା, ଲୋକନାଥ ମେହେର, ଚିନ୍ମୟ ପାଣ୍ଡେ ପ୍ରମୁଖ ପରିଚାଳନା କରିଥିବା ବେଳେ ମନ୍ଦିର କମିଟିର ବବୁଲୁ ସ୍ୱାଇଁଙ୍କ ସହିତ ସମସ୍ତ ସଦସ୍ୟ ସହଯୋଗ କରିଥିଲେ ।

jittmm
Leave A Reply

Your email address will not be published.