oom

ବଲାଙ୍ଗିର ଆଂଚଳିକ ପରିବହନ ବିଭାଗର ପ୍ରଶିକ୍ଷଣ କାର୍ଯ୍ୟକ୍ରମ ‘ରକ୍ଷକ’

jsmm

ବଲାଙ୍ଗିର, (କେପିଏନ୍‌ଏସ୍‌) : ଦୁର୍ଘଟଣାଗ୍ରସ୍ତମାନଙ୍କୁ ତ୍ୱରିତ ଚିକିତ୍ସା ଯୋଗାଇ ଦେବା ଲକ୍ଷ୍ୟରେ ବଲାଙ୍ଗିର ଆଞ୍ଚଳିକ ପରିବହନ ବିଭାଗ ପକ୍ଷରୁ ଏକ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ‘ରକ୍ଷକ’ ଅନୁଷ୍ଠିତ ହୋଇଯାଇଛି । ଗତ ୧୧ ତାରିଖ ଭଇଁଷା କଲେଜ ପରିସରରେ ବଲାଙ୍ଗିର ଆଞ୍ଚଳିକ ପରିବହନ ଅଧିକାରୀ ନିଖିଲ କୁମାର ପଟ୍ଟନାୟକଙ୍କ ସଭାପତିତ୍ୱରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ପାଟଣାଗଡ଼ ଉପଜିଲ୍ଲାପାଳ ଡ. ବିଜୟାନନ୍ଦ ସେଠୀ, ସମ୍ମାନିତ ଅତିଥି ଏସ୍‌ଡିପିଓ ଜ୍ୟୋତିର୍ମୟ ଭୁକ୍ତା, ଥାନା ଅଧିକାରୀ ଅନନ୍ତ ପ୍ରଧାନ, ଜିଲ୍ଲା ସଂଯୋଜକ ତଥା ଅଧ୍ୟାପକ ଦୈତାରୀ ପୁଜାରୀ, ଜୁନିୟର ଏମ୍‌ଭିଆଇ ରାମକୃଷ୍ଣ ମାଝି, ଟ୍ରାଫିକ ଅଧିକାରୀ ମୁକେଶ ମିଶ୍ର ପ୍ରମୁଖ ଯୋଗଦେଇ ଉଦ୍‌ଘାଟନ କରିବା ସହ ଦୁର୍ଘଟଣାଗ୍ରସ୍ତମାନଙ୍କର ଜୀବନ ରକ୍ଷା କ୍ଷେତ୍ରରେ ‘ରକ୍ଷକ’ ମାନଙ୍କର ଗୁରୁତ୍ୱପୁର୍ଣ୍ଣ ଭୁମିକା ରହିଥିବା ଅତିଥିମାନେ ପ୍ରକାଶ କରିଥିଲେ ।

ଆଜି ବଲାଙ୍ଗିର ଜେଆଇଟିଏମ୍‌ କଲେଜ ପରିସରରେ ବଲାଙ୍ଗିର ଆଞ୍ଚଳିକ ପରିବହନ ଅଧିକାରୀ ନିଖିଲ କୁମାର ପଟ୍ଟନାୟକଙ୍କ ସଭାପତିତ୍ୱରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଅତିରିକ୍ତ ଜିଲ୍ଲାପାଳ ଅନନ୍ତ ନାରାୟଣ ସିଂ ଲାଗୁରି, ସମ୍ମାନିତ ଅତିଥି ଅତିରିକ୍ତ ଏସପି ଦିଲିପ ପୁଟେଲ, ଅତିରିକ୍ତ ଆରଟିଓ ଲୋକନାଥ ମେହେର, ଜେଆଇଟିଏମ ନିର୍ଦ୍ଦେଶକ ପ୍ରଦୀପ ଷଢ଼ଙ୍ଗୀ, ୱାଆରଏସସି ତଥା ଜିଲ୍ଲା ସଂଯୋଜକ ଦୈତାରୀ ପୁଜାରୀ ଯୋଗଦେଇଥିଲେ । ଏହି ତାଲିମ କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ସମ୍ପର୍କରେ ଅତିଥିମାନେ ସୂଚନା ଦେଇ ଢ଼ାବା, ହୋଟେଲ, ପାନ ଦୋକାନ, ସିନଖମନ ଛକ, ବିଭିନ୍ନ ମନ୍ଦିର ଛକ ସ୍ଥାନ ମାନଙ୍କରେ ଘଟୁଥିବା ଦୁର୍ଘଟଣାରେ ଆହତ ବ୍ୟକ୍ତିଙ୍କୁ ଏକ ଘଣ୍ଟା ମଧ୍ୟରେ ଚିକିତ୍ସା ସେବା ଦିଆ ଯାଇପାରିଲେ ଦୁର୍ଘଟଣା ଜନିତ ମୃତ୍ୟୁ ହାର କମିପାରିବ ବୋଲି ମତ ବ୍ୟକ୍ତ କରିଥିଲେ । ଦୁର୍ଘଟଣାରେ ଆହାତ ବ୍ୟକ୍ତିଙ୍କୁ ତୁରନ୍ତ ସହାୟତା କିପରି କରାଯିବ ତା’ ଉପରେ ପ୍ରଶିକ୍ଷଣ ଦିଆଯାଇଥିଲା । ସୂଚନା ଯୋଗ୍ୟ ଯେ ଦୁର୍ଘଟଣାଗ୍ରସ୍ତ ବ୍ୟକ୍ତିଙ୍କ ଜୀବନ ବଞ୍ଚାଇବା ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ଗତ ନଭେମ୍ବର ୧୦ ତାରିଖରେ ‘ରକ୍ଷକ’ କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି । ଏଥିରେ ସରକାର ତାଲିମଦାତାମାନଙ୍କୁ ନିଯୁକ୍ତି କରିଛନ୍ତି । ସେମାନେ ରାଜ୍ୟର ବିଭିନ୍ନ ଜିଲ୍ଲାକୁ ଯାଇ ରେଡକ୍ରସ ସ୍ୱେଚ୍ଛାସେବା, ସିଭିଲ ଡିଫେନ୍ସ ଅଧିକାରୀ ମାନଙ୍କୁ ତାଲିମ ପ୍ରଦାନ କରିଛନ୍ତି । ଏହାପରେ ସ୍ୱେଚ୍ଛାସେବୀମାନେ ଦୁର୍ଘଟଣା ପ୍ରବଣ ସ୍ଥାନରେ ପ୍ରଥମ ଦେଖଣାହାରୀଙ୍କୁ ଚିହ୍ନଟ କରି ସେମାନଙ୍କୁ ତାଲିମ ଦେଉଛନ୍ତି । ଦୁର୍ଘଟଣାଗ୍ରସ୍ତଙ୍କୁ ଡାକ୍ତରଖାନାରେ ପହଂଚାଇବାରେ ଯେଉଁବ୍ୟକ୍ତି ସାହାଯ୍ୟ କରିବେ ତାଙ୍କୁ ରାଜ୍ୟ ସରକାର ୪ ହଜାର ଟଙ୍କା ପୁରସ୍କାର ପ୍ରଦାନ କରିବେ ବୋଲି ସୂଚନା ମିଳିଛି । ଦିଲ୍ଲୀରୁ ଜଣେ ଅଙ୍କୁଶ ଶର୍ମା ଓ କଟକରୁ ରତିକାନ୍ତ ନାଥ ମାଷ୍ଟର ଟ୍ରେନର ତାଲିମ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ମଦନ ମୋହନ ପ୍ରଧାନ, ରଶ୍ମିରାଣୀ ଦାସ, ରାମ ନାରାୟଣ ଦାସ, ଅରବିନ୍ଦ କୁମ୍ଭାର, ପ୍ରଭାକର ଛନ୍ଦା, ଦୁର୍ଯ୍ୟୋଧନ ପଶାୟତ, ବିରଞ୍ଚିନାରାୟଣ ଦାଶ ତଥା ସମସ୍ତ ଜେଆର୍‌ସି କାଉନସିଲର ଅଂଶଗ୍ରହଣ କରିଥିବା ବେଳେ ଏହି ସମସ୍ତ କାର୍ଯ୍ୟକ୍ରମକୁ ବଲାଙ୍ଗିର ଆଞ୍ଚଳିକ ପରିବହନ ବିଭାଗ ଆୟୋଜନ କରିଥିଲେ ।

jittmm
Leave A Reply

Your email address will not be published.