ls

ଗାୟତ୍ରୀ ପରିବାର ଦ୍ୱାରା ରକ୍ଷା ବନ୍ଧନ ପାଳିତ

sb

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଗାୟତ୍ରୀ ପରିବାର ଟ୍ରଷ୍ଟ, ବଲାଙ୍ଗିର ଦ୍ୱାରା ସ୍ଥାନୀୟ କାମାକ୍ଷୀନଗର ନିକଟସ୍ଥ ଗାୟତ୍ରୀ ମନ୍ଦିରରେ ପବିତ୍ର ରକ୍ଷାବନ୍ଧନ(ଶ୍ରାବଣୀପର୍ବ) ମହାସମାରୋହରେ ସମ୍ପନ୍ନ ହୋଇଯାଇଛି । ସୁରଦୁର୍ଲଭ ମାନବ ଜନ୍ମରେ ଜ୍ଞାନ ଓ କର୍ମର ସମ୍ମିଶ୍ରଣ ଦ୍ୱାରା ଜନ କଲ୍ୟାଣ ଉଦ୍ଦେଶ୍ୟରେ କାର୍ଯ୍ୟ କରିବା ପାଇଁ ଆମକୁ ରକ୍ଷା ବନ୍ଧନ ବା ଶ୍ରାବଣୀ ପର୍ବରୁ ପ୍ରେରଣା ପ୍ରାପ୍ତ ହୋଇଥାଏ । ଏହି ଅବସରରେ ବୈଦିକ କର୍ମକାଣ୍ଡ ମାଧ୍ୟମରେ ଦଶସ୍ନାନ, ଦେବପୂଜନ, ରକ୍ଷାବନ୍ଧନ ଓ ବୃକ୍ଷରୋପଣ ଆଦି କାର୍ଯ୍ୟକ୍ରମ ସମ୍ପନ୍ନ ହୋଇଥିଲା । କରୋନା ମହାମାରୀର ପ୍ରକୋପ ଦୂର ହେଉ ଏବଂ ସମସ୍ତେ ସୁସ୍ଥ ନୀରୋଗ ରୁହନ୍ତୁ ବୋଲି ପ୍ରାର୍ଥନା କରାଯିବା ସହ ସରକାରଙ୍କ ନିର୍ଦ୍ଧାରିତ ସମସ୍ତ ନୀତିନିୟମକୁ ପାଳନ କରାଯାଇଥିଲା ।

pc pk
Leave A Reply

Your email address will not be published.