ରଘୁନାଥପାଲ୍ଲୀ ମହିଳା ବିଜୁ ଜନତା ଦଳ ପକ୍ଷରୁ ରକ୍ଷାବନ୍ଧନ କାର୍ଯ୍ୟକ୍ରମ ଅନୁଷ୍ଠିତ

ରାଉରକେଲା, (ସସ୍ମିତା ପ୍ରଧାନ) : ମହିଳା ବିଜୁ ଜନତା ଦଳ ପକ୍ଷରୁ ପବିତ୍ର ରକ୍ଷାବନ୍ଧନ କାର୍ଯ୍ୟକ୍ରମ ମହିଳା ସଭାନେତ୍ରୀ ଇନ୍ଦିରା ନାୟକଙ୍କ ନେତୃତ୍ୱରେ ରାଉରକେଲା ଭଞ୍ଜଭବନ ପରିସରରେ ହତ୍ସୋଉଲ୍ଲାସର ସହ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ରଘୁନାଥପାଲିର ବିଧାୟକ ସୁବ୍ରତ ତରାଇଙ୍କ ସମେତ ଦଳର ବରିଷ୍ଠ ନେତୃତ୍ୱମାନଙ୍କ ମଧ୍ୟରେ ସୁଧିର ସୁନ୍ଦର ରାୟ, ଆନନ୍ଦ ଚନ୍ଦ୍ର ମହାନ୍ତି, ଆର୍ତ୍ତ ମହାରଣା, ପ୍ରହ୍ଲାଦ ନାୟକ ଯୋଗ ଦେଇଥିଲେ । ଉପସ୍ଥିତ ରଘୁନାଥପାଲି ଅଞ୍ଚଳର ସହସ୍ରାଧିକ ମହିଳାମାନେ ପାରମ୍ପରିକ ପୂଜାର୍ଚ୍ଚନା ସହ ବିଧାୟକଙ୍କୁ ବନ୍ଦାପନା ସହ ରାକ୍ଷୀ ବାନ୍ଧି ନିଜର ସୁରକ୍ଷା ପାଇଁ ପ୍ରାର୍ଥନା କରିଥିଲେ । ବିଧାୟକ ଏହି ଅବସରରେ ଉପସ୍ଥିତ ସମସ୍ତ ଭଉଣୀମାନଙ୍କୁ ଅଭିନନ୍ଦନ ଜଣାଇବା ସହ ମହାପ୍ରଭୁ ଜଗନ୍ନାଥ ସମସ୍ତଙ୍କ ମଙ୍ଗଳ ପାଇଁ ପ୍ରାର୍ଥନା କରିଥିଲେ । ପ୍ରାରମ୍ଭରେ ବିଧାୟକ ଜଗନ୍ନାଥ ମହାପ୍ରଭୁଙ୍କ ନିକଟରେ ପ୍ରଦୀପ ପ୍ରଜ୍ୱଳନ ସହ ପୂଜାର୍ଚ୍ଚନା କରି ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରିଥିଲେ । ଭଞ୍ଜ ପ୍ରେକ୍ଷାଳୟରେ ନିର୍ବାଚନ ମଣ୍ଡଳୀର କୋଣ ଅନୁକୋଣରୁ ଆସିଥିବା ସମସ୍ତ ମହିଳା କର୍ମକର୍ତ୍ତା, ବିଭିନ୍ନ ସ୍ୱୟଂ ସହାୟକ ଗୋଷ୍ଠୀର ମହିଳା ଓ ସର୍ବୋପରି ଦଳର ବରିଷ୍ଠ ନେତ୍ରୀମାନେ ବିଧାୟକଙ୍କୁ ରାକ୍ଷୀ ବାନ୍ଧିଥିଲେ । କାର୍ଯ୍ୟକ୍ରମରେ ମନୋରଞ୍ଜନ ପାଇଁ ସୁର ସଙ୍ଗମ ମେଲୋଡି କଳାକାରମାନେ ଗୋଟିଏ ପରେ ଗୋଟିଏ ରାକ୍ଷୀ ସଂପର୍କିତ ସଙ୍ଗୀତ ସହ ମହାପ୍ରଭୁଙ୍କ ଭଜନ ପରିବେଷଣ କରିଥିଲେ । ଦିନ ତମାମ ଏହି କାର୍ଯ୍ୟକ୍ରମ ଚାଲୁ ରହିଥିବା ବେଳେ ଦିବସ ପାଳନର ଯଥାର୍ଥତା ପ୍ରତିପାଦନ ହୋଇଥିଲା । ଏହି କାର୍ଯ୍ୟକ୍ରମକୁ ସଫଳ କରିବାରେ ଯୁବ ସଭାପତି ପ୍ରଭାକର ଚୌଧୁରୀ, ମହିଳା ରାଜ୍ୟ ନେତୃତ୍ୱ ମଧ୍ୟରେ ମୀନତି ବିଶ୍ୱାଳ, ମୀନତି ଦେବତା, ପ୍ରତିମା ରାଉତ, ଗାୟତ୍ରୀ ରାଉତ, ରୋଜାଲିନ ପ୍ରଧାନ, ମଞ୍ଜୁଲତା ସାମଲ, ବିଣା ପଣ୍ଡିତ, ସୀତା ସାବତ, ଉର୍ମି ନାୟକ, ସୁମନ ପ୍ରସାଦ, ବୃନ୍ଦା ବାରିକ, ବିଦ୍ୟୁତ ଲତା ମହାନ୍ତି, ପୁଷ୍ପାଲତା ସାହୁ, ସରିତା ନାୟକ, ମମତା ଗୌଡ, ପ୍ରିୟଙ୍କା ପାଣି, ଗୀତା ପଟ୍ଟନାୟକ, ରେଣୁ ବିଶ୍ଵକର୍ମା, ସଙ୍ଗୀତା ଚୌଧୁରୀ, ଦୀପାଳୀ ପାତ୍ର, କାମିନୀ ମହାନ୍ତ, ବସୁମତି ମହାନ୍ତି, ଲିଲିମା ଜୟସିଂହ ପ୍ରମୁଖ ସହଯୋଗ କରିଥିଲେ ।

Leave A Reply

Your email address will not be published.