ଶ୍ରଦ୍ଧାରେ ରକ୍ଷାବନ୍ଧନ ଉତ୍ସବ ପାଳିତ

ରାଉରକେଲା, (ସସ୍ମିତା ପ୍ରଧାନ) : ଶ୍ରଦ୍ଧାର ସ୍ଵତନ୍ତ୍ର ପିଲା (ମାନସିକ ଭିନ୍ନକ୍ଷମ ଛାତ୍ରଛାତ୍ରୀ), ଶିକ୍ଷକ ଶିକ୍ଷୟିତ୍ରୀ ଏବଂ କମିଟି ସଭ୍ୟମାନଙ୍କ ମିଳିତ ସହଯୋଗରେ ମହାଆଡମ୍ବରରେ ରକ୍ଷାବନ୍ଧନ ଉତ୍ସବ ପାଳିତ ହୋଇଥିଲା । ଦୀର୍ଘ ମାସକ ପୂର୍ବରୁ ଶ୍ରଦ୍ଧାର ଏହି ଦିବ୍ୟାଙ୍ଗ ଛାତ୍ରଛାତ୍ରୀମାନେ ସେମାନଙ୍କର ଶିକ୍ଷୟିତ୍ରୀଙ୍କ ସହାୟତାରେ ତାଲିମ ନେଇ ପ୍ରସ୍ତୁତ କରିଥିବା ରାକ୍ଷୀକୁ ଶ୍ରଦ୍ଧାର ଅନ୍ତେବାସୀ ଛାତ୍ରମାନଙ୍କୁ ପୂଜାର୍ଚ୍ଚନା କରି ସେମାନଙ୍କ ହାତରେ ରାକ୍ଷୀ ବାନ୍ଧିଥିଲେ । ପରେ ପରେ ଅନୁଷ୍ଠାନକୁ ନିମନ୍ତ୍ରିତ ରାଉରକେଲାର ବିଶିଷ୍ଟ ବ୍ୟକ୍ତି ବିଶେଷ ଯଥା କଲଚରାଲ ଏକାଡେମୀର ଡଃ.ପ୍ରଭାତ ମଲ୍ଲିକ, ବିଶିଷ୍ଟ ଆଇନଜୀବୀ ଗିରୀଶ ଚନ୍ଦ୍ର ‌ମହାପାତ୍ର, ହୋମିଓପାଥିକ ମେଡ଼ିକାଲ କଲେଜର ଡାକ୍ତର ପ୍ରଭାକର ନାୟକ, ସୁହୃଦ ସେବା ସଂଘର ସନ୍ତୋଷ କୁମାର ସାହୁ, ଦିବ୍ୟଜୀବନ ସଂଘର ରବିନ୍ଦ୍ର କୁମାର ପାଣ୍ଡବ ଏବଂ ବିଶ୍ୱହିନ୍ଦୁ ପରିଷଦର ରାଜ୍ୟ ସମ୍ପାଦକ ସର୍ବେଶ୍ୱର ଦାସ ପ୍ରମୁଖଙ୍କୁ ଅନୁଷ୍ଠାନର ଛାତ୍ରଛାତ୍ରୀମାନେ ରାକ୍ଷୀ ବାନ୍ଧି ସେମାନଙ୍କଠାରୁ ଆଶୀର୍ବାଦ ଗ୍ରହଣ କରି ଥିଲେ । ଅପରାହ୍ନରେ ସହରସେବା ପ୍ରଶାସନର ମୁଖ୍ୟ ପ୍ରତାପ କୁମାର ସ୍ୱାଇଁଙ୍କୁ ରାକ୍ଷୀ ବାନ୍ଧି ଆଶୀର୍ବାଦ ନେଇଥିଲେ । ଅତିଥିମାନେ ସେମାନଙ୍କ ବକ୍ତବ୍ୟରେ କହିଲେ ଯେ, ଏହି ପିଲାମାନଙ୍କର ଅନ୍ତର୍ନିହିତ ଗୁଣକୁ ଚିହ୍ନି ସେମାନଙ୍କୁ ସହଯୋଗର ହାତ ବଢାଇ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରାଇଲେ ସେମାନେ ସ୍ୱାବଲମ୍ବି ହୋଇପାରିବେ । ପ୍ରାରମ୍ଭରେ ଅନୁଷ୍ଠାନର ସଂପାଦକ କାର୍ତ୍ତିକ ଚନ୍ଦ୍ର ପାଣ୍ଡବ ସ୍ୱାଗତ ଭାଷଣ ସହ ଅତିଥିମାନଙ୍କ ପରିଚୟ ଓ କାର୍ଯ୍ୟକ୍ରମ ସଂପର୍କରେ ସୂଚନା ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମ ପରିଚାଳନାରେ ଅଞ୍ଜଳି ମହାରଣା, ପ୍ରିତି ବାରିକ, ସୁଜାତା ରାଉତ, ସନ୍ତୋଷୀ କୁମ୍ଭାର, ସ୍ୱୟଂପ୍ରଭା ପାଣ୍ଡବ, ଆଲୋକ ସାହୁ ପ୍ରମୁଖ ସହଯୋଗ କରିଥିଲେ ।

Leave A Reply

Your email address will not be published.