ପ୍ରଜାପିତା ବ୍ରହ୍ମକୁମାରୀ ଇଶ୍ୱରୀୟ ବିଶ୍ୱବିଦ୍ୟାଳୟ ତରଫରୁ ରକ୍ଷାବନ୍ଧନ କାର୍ଯ୍ୟକ୍ରମ

ରାଉରକେଲା, (ସସ୍ମିତା ପ୍ରଧାନ) : ସେକ୍ଟର ୨୦ସ୍ଥିତ ପ୍ରଜାପିତା ବ୍ରହ୍ମକୁମାରୀ ଇଶ୍ୱରୀୟ ବିଶ୍ୱବିଦ୍ୟାଳୟ ତରଫରୁ ରକ୍ଷାବନ୍ଧନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠାନ ତରଫରୁ ଏକ ସାମ୍ବାଦିକ ସମ୍ମିଳନୀ ଆୟୋଜନ କରାଯାଇ ବିକେ ଅଞ୍ଜଳି ଓ ସୁନ୍ଦରଗଡ ଜିଲ୍ଲା ମୁଖ୍ୟ ବିକେ ବିମଳା ସମ୍ବାଦିକଙ୍କୁ ସୂଚନା ପ୍ରଦାନ କରି କହିଲେ ଯେ, ବନ୍ଧନରୁ ରକ୍ଷା କରିବା ପାଇଁ ରକ୍ଷାବନ୍ଧନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥାଏ । ରାକ୍ଷୀ ହେଉଛି ପବିତ୍ରର ବନ୍ଧନ । ଭଗବାନଙ୍କ ଦୃଷ୍ଟିରେ ଆତ୍ମା ଏକ । ତେଣୁ ଉଭୟ ଝିଅ ଓ ପୁଅ ରାକ୍ଷୀ ବାନ୍ଧିବା ଦରକାର । ରାବଣ ଏକ ଖରାପର ପ୍ରତୀକ ଭାବେ ଆମେ ରାବଣପୋଡି ପାଳନ କରୁଛେ । ସେହିପରି ଖରାପରୁ ମୁକ୍ତି ପାଇଁ ରକ୍ଷାବଂଧନର ଆବଶ୍ୟକତା ରହିଛି ବୋଲି ମତ ରଖିଥିଲେ । ଏହି ଅବସରରେ ଉପସ୍ଥିତ ସମସ୍ତ ସାମ୍ବାଦିକମାନଙ୍କୁ ରାକ୍ଷୀ ବନ୍ଧା ଯାଇଥିଲା । କାର୍ଯ୍ୟକ୍ରମରେ ବିକେ କୁମାରୀ ଭାରତୀ, ବିକେ ବିଜୟ, ବିକେ ପିଙ୍କି, ବିକେ ପ୍ରଦ୍ୟୁମ୍ନ, ବିକେ ଗଙ୍ଗାଧର ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

Leave A Reply

Your email address will not be published.