jayashree

ଟିଟିଲାଗଡ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ରକ୍ଷାବନ୍ଧନ କାର୍ୟ୍ୟକ୍ରମ ଅନୁଷ୍ଠିତ

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ବୁଧବାର ଦିନ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ପରିସରରେ ରକ୍ଷାବନ୍ଧନ ଓ ସ୍ଵଭାବ କବି ଗଙ୍ଗାଧର ମେହେରଙ୍କ ଜନ୍ମ ଜୟନ୍ତୀ ପାଳିତ ହୋଇଯାଇଛି । ବିଦ୍ୟାଳୟର ପ୍ରଧାନ ଆଚାର୍ୟ୍ୟ ଶ୍ୟାମସୁନ୍ଦର ମହାପାତ୍ର ସ୍ୱାଗତ ଭାଷଣ ଦେଇଥିବା ବେଳେ ସୁଶ୍ରୀ ରଞ୍ଜିତା ମିଶ୍ର ଶିଶୁ ମାନଙ୍କ ଦ୍ଵାରା ମଞ୍ଚ ପରିଚାଳନା କରିଥିଲେ । ସହ ପ୍ରଧାନ ଆଚାର୍ୟ୍ୟ ନୃପରାଜ ସେଠ୍ ମଞ୍ଚାସୀନ ଅତିଥି ମାନଙ୍କର ପରିଚୟ ପ୍ରଦାନ କରିଥିଲେ । ଶିଶୁ ସାହିତ୍ୟ ଓ ସଂସ୍କୃତି ଗବେଷକ ଡକ୍ଟର ଯୁଗଳ କିଶୋର ଷଡ଼ଙ୍ଗୀ ମୁଖ୍ୟ ଅତିଥି ରୂପେ ଯୋଗଦେଇ ଶିଶୁ ଭାଇଭଉଣୀ ମାନଙ୍କୁ ରକ୍ଷାବନ୍ଧନ ଓ ଗଙ୍ଗାଧର ମେହେରଙ୍କ ଜନ୍ମ ଜୟନ୍ତୀ ଅବସରରେ ସାରଗର୍ଭକ ମାର୍ଗଦର୍ଶନ କରିଥିଲେ । ବିଦ୍ୟାଳୟର ସଭାପତି ଜ୍ୟୋତି ପ୍ରକାଶ ଗଡତ୍ୟାଙ୍କ ଦ୍ଵାରା ଶିଶୁ ଭାଇଭଉଣୀ ମାନଙ୍କଠାରେ ଉତ୍ସାହ ସୃଷ୍ଟି କରିବା ନିମନ୍ତେ ରକ୍ଷାବନ୍ଧନ ଓ ଗଙ୍ଗାଧର ମେହେରଙ୍କ ବିଷୟରେ କିଛି କୁଇଜ୍ ପ୍ରତିଯୋଗିତା ଆୟୋଜନ କରି କୃତୀ ଛାତ୍ର ଛାତ୍ରୀ ମାନଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା । ଶିଶୁ ବାଟିକା ବିଭାଗର ପ୍ରମୁଖା ଶ୍ରୀମତୀ ସଂଯୁକ୍ତା ପାଣିଗ୍ରାହୀ ଶିଶୁମାନଙ୍କୁ ସଂକ୍ଷିପ୍ତ ଅଭିଭାଷଣ ଦେଇଥିଲେ । ବିଦ୍ୟାଳୟର ସମସ୍ତ ଭାଇଭଉଣୀ ପରସ୍ପରକୁ ପବିତ୍ର ରାକ୍ଷୀ ବାନ୍ଧି ଭାଇଭଉଣୀଙ୍କ ପବିତ୍ର ସମ୍ପର୍କକୁ ବଜାୟ ରଖିଛନ୍ତି । ବିଦ୍ୟାଳୟ ତରଫରୁ ଶିଶୁ ଭାଇଭଉଣୀ ମାନଙ୍କୁ ରାକ୍ଷୀ ଓ ମିଷ୍ଟାନ୍ନ ଯୋଗାଇ ଦିଆଯାଇଥିଲା ,ବିଦ୍ୟାଳୟର ସଂସ୍କୃତ ଆଚାର୍ୟ୍ୟ ଶ୍ରୀଯୁକ୍ତ ପଙ୍କଜ ବେହେରା,ଅମିତ ତ୍ରିପାଠୀ,କୈଳାଶ ଚନ୍ଦ୍ର ସାହୁ,ମଦନ ମୋହନ ପୁଟେଲ, ହିମାଂଶୁ ସାହୁ , ଆଚାର୍ୟ୍ୟା ଶ୍ରୀମତୀ ସଂଯୁକ୍ତା ସାହୁ ଓ ଶ୍ରୀମତୀ ଉଷା ରାଣୀ ବିଶ୍ଵାଳ ତଥା ସମସ୍ତ ଗୁରୁଜୀ ଗୁରୁମାଙ୍କ ସହଯୋଗରେ କାର୍ୟ୍ୟକ୍ରମଟି ସଫଳତାର ସହିତ ସମାପ୍ତ ହୋଇଥିଲା ।

Leave A Reply

Your email address will not be published.