oum

୧୮୯ ବାଟାଲିୟନ ସିଆର୍‌ପିଏଫ୍‌ ପକ୍ଷରୁ ରାକ୍ଷୀ ପୂର୍ଣ୍ଣିମା ପାଳିତ

jsm

ବଲାଙ୍ଗିର, (କେପିଏନ୍‌ଏସ୍‌) : ୧୮୯ ବାଟାଲିୟନ ସିଆର୍‌ପିଏଫ୍‌ ବଲାଙ୍ଗିର ମୁଖ୍ୟାଳୟ ଶାନ୍ତିପଡା କମାଣ୍ଡାଣ୍ଟ ପୱନ କୁମାର ତିୱାରୀଙ୍କ ନେତୃତ୍ୱରେ ଏକ ବିଶାଳ “ରାକ୍ଷୀ ପୂର୍ଣ୍ଣିମା” ଅବସରରେ “ରକ୍ଷା ବନ୍ଧନ” ଉତ୍ସବର ଆୟୋଜନ କରାଯାଇଥିଲା । ଏଥିରେ ଜେଏସ୍‌ଏମ୍‌ ବାଣିଜ୍ୟ ମହାବିଦ୍ୟାଳୟର ସଭାପତି ସି.ଏ ଶ୍ରୀକାନ୍ତ ର୍ଶମା, ନିଦ୍ଦେଶିକା ଶ୍ରୀମତୀ ସୁମନ ର୍ଶମା, ପ୍ରଧାନ ଶିକ୍ଷକ ପିତବାସ ପଣ୍ଡା, କଲେଜ ଉପଦେଷ୍ଟା ମନରଞ୍ଜନ ସାହୁ ଓ ଅନେକ ଛାତ୍ରଛାତ୍ରୀ ଅଶଂଗ୍ରହଣ କରିଥିଲେ । ଏହି ଅବସରରେ, ସ୍ୱାଧୀନତାର ଅମୃତ ମହୋତ୍ସବ ଉପରେ ହର ଘର ତ୍ରିରଙ୍ଗା ଏବଂ ବନ୍ଦେ ମାତାରମ୍‌ ସହିତ କାର୍ଯ୍ୟକ୍ରମଟିକୁ ଆକର୍ଷଣୀୟ କରାଯାଇଥିଲା । ଏହା ପରେ “ରକ୍ଷା ବନ୍ଧନ” କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା, ଜେଏସ୍‌ଏମ୍‌ ବାଣିଜ୍ୟ ମହାବିଦ୍ୟାଳୟର ନିର୍ଦ୍ଦେଶିକା ଶ୍ରୀମତୀ ସୁମନ ର୍ଶମା, କଲେଜ ଶିକ୍ଷୟତ୍ରୀ ଓ ଛାତ୍ରୀମାନେ ସିଆର୍‌ପିଏଫ୍‌ ଅଧିକାରୀ ଏବଂ ଯବାନମାନଙ୍କୁ ରାଖୀ ବାନ୍ଧିଥିଲେ ଏବଂ କେବଳ ନିଜ ସୁରକ୍ଷା ନୁହେଁ ସମଗ୍ର ଦେଶର ଏକତା, ଅଖଣ୍ଡତା ଏବଂ ଭାଇଚାରାକୁ ଅକ୍ଷୁର୍ଣ୍ଣ ରଖିବା ପାଇଁ ସେମାନଙ୍କଠାରୁ ଶପଥ ନେଇଥିଲେ । ରକ୍ଷା ବନ୍ଧନ କାର୍ଯ୍ୟକ୍ରମରେ ସିଆର୍‌ପିଏଫ୍‌ ଅଧିକାରୀ ଏବଂ ଯବାନମାନେ ନିଜ ପରିବାରକୁ ତଥା ଭଉଣୀମାନଙ୍କୁ ସ୍ମରଣ କରି ଭାବପ୍ରବଣ ହୋଇଯାଇଥିଲେ ।

Leave A Reply

Your email address will not be published.