
ଆଗଲପୁର, (କେପିଏନ୍ଏସ୍) : ଆଗଲପୁର ପଞ୍ଚାୟତ ସମିତି ମହାବିଦ୍ୟାଳୟ, ବାଣୀନିକେତନ, ରୋତର ଜାତୀୟ ସେବା ଯୋଜନା ଓ ୟୁଥ ରେଡକ୍ରସ ତରଫରୁ ଓଡ଼ିଆ ପକ୍ଷ ପାଳନ ଅବସରରେ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଆୟୋଜିତ ହୋଇଯାଇଛି । ସମ୍ବାଦ ଆମ ଓଡିଶା ରକ୍ତଦାନ ଅଭିଯାନ ଏଥିରେ ସହଯୋଗ କରିଥିଲେ । ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଦୀପ କୁମାର ଷଡଙ୍ଗୀ ଏହି ଶିବିରକୁ ଉଦ୍ଘାଟନ କରିଥିଲେ ।ଜାତୀୟ ସେବା ଯୋଜନାର କାର୍ଯ୍ୟକ୍ରମ ଅଧିକାରୀ ଦୈତାରୀ ଶବର ଓ ୟୁଥ ରେଡକ୍ରସର ସଂଯୋଜକ ଡକ୍ଟର ଲିଙ୍ଗରାଜ ମେହେରଙ୍କ ତ୍ତ୍ତ୍ୱାବଧାନରେ ଆୟୋଜିତ ଏହି ଶିବିରରେ ମୋଟ ୪୧ ୟୁନିଟ ରକ୍ତ ସଂଗ୍ରହ ହୋଇଥିଲା । ବଲାଙ୍ଗିର ରକ୍ତଭଣ୍ଡାରର ଡକ୍ଟର ଅଶୋକ କୁମାର ମିଶ୍ର, ରୋଜାଲିନ ନାଏକ, ଶେଖ୍ ଅବଦୁଲ ଅସରଫ, ସ୍ୱାଗତିକା ରାଉତ, ଚନ୍ଦ୍ରପ୍ରକାଶ ନାଗ ଓ ଦେବେନ୍ଦ୍ର ନନ୍ଦ ପ୍ରମୁଖ ରକ୍ତ ସଂଗ୍ରହ କରିଥିଲେ । ଏଥିରେ ମହାବିଦ୍ୟାଳୟର ବହୁ ଛାତ୍ରଛାତ୍ରୀଙ୍କ ସହ ପୂରାତନ ଛାତ୍ରଛାତ୍ରୀ, ବଜରଙ୍ଗ ଦଳ, ମାହେଶ୍ୱରୀ ସଂଗଠନ, ବିଙ୍ଗ ହ୍ୟୁମାନ ଫାଉଣ୍ଡେସନ ସଭ୍ୟ ଯୋଗଦେଇ ରକ୍ତଦାନରେ ସହଯୋଗ କରିଥିଲେ । ମହାବିଦ୍ୟାଳୟର ସମସ୍ତ ଅଧ୍ୟାପକ, ଅଧ୍ୟାପିକା ଓ କର୍ମଚାରୀଙ୍କ ସମେତ ଛାତ୍ର ପିତାମ୍ବର, ସତ୍ୟବାନ, ନିଲେଶ, ମୋହନ, ଚିନ୍ମୟ, ବିରେନ୍ଦ୍ର, ଭଜ, ବିବେକ, ଶୁଭମ, ଛାତ୍ରୀ ମିନତୀ, ଦିବ୍ୟାନୀ, ଶ୍ରାବଣୀ, ଆଶା, ସୁଦେଷ୍ନା, ବିନୋଦିନୀ ମାମିନା, ମାମୀ, ଶ୍ରୁତି, ସସ୍ମିତା ପ୍ରମୁଖ ସହଯୋଗ କରିଥିଲେ ।