ରାଉରକେଲା, (ସସ୍ମିତା ପ୍ରଧାନ) : ଭୁବନେଶ୍ୱରର ଓଏସ୍ଭି ଟ୍ରଷ୍ଟ ସଂସ୍ଥାନ ତରଫରୁ ରାଜ୍ୟସ୍ତରୀୟ ନବମ ବାର୍ଷିକ ଉତ୍ସବ, ଆଲୋଚନା ଚକ୍ର ଓ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ରାଉରକେଲାର ସେକ୍ଟର ୭ ସ୍ଥିତ ଇସ୍ପାତ ସାହିତ୍ୟ ସଂସଦ ଠାରେ ଅନୁଷ୍ଠିତ ହୋଇଯାଇଛି । ସଂସ୍ଥାନର ଅଧ୍ୟକ୍ଷ ମଙ୍ଗଳୁ କୁମାର ଦାସଙ୍କ ଅଧ୍ୟକ୍ଷତା, ସଭାପତି ଡା. ନବକିଶୋର ଶତପଥୀଙ୍କ ଆବାହକତ୍ୱରେ ଆୟୋଜିତ ଏହି ଉତ୍ସବରେ ପ୍ରଥମ ପର୍ଯ୍ୟାୟ ଆଲୋଚନା ଚକ୍ର କଳା, ସାହିତ୍ୟ, ସଂସ୍କୃତିର ଆବଶ୍ୟକତା ସମ୍ପର୍କରେ ଆଲୋଚନା କରାଯାଇଥିଲା । ଏହି ପର୍ଯ୍ୟାୟରେ ଝାରସୁଗୁଡ଼ାର ଇଶାନ ଚନ୍ଦ୍ର ମିଶ୍ର ସଭାପତିତ୍ୱ କରିଥିଲାବେଳେ ମୁଖ୍ୟ ଅତିଥି ଭାବେ ବରଗଡ଼ର ସନ୍ତୋଷ କୁମାର ଉପାଧ୍ୟାୟ, ମୁଖ୍ୟବକ୍ତା ଭାବେ ଭୁବନେଶ୍ୱରର ଡ଼ଃ. ଉଷାରାଣୀ ଆଚାର୍ଯ୍ୟ ଓ ସମ୍ମାନିତ ଅତିଥି ଭାବେ ବଲାଙ୍ଗିରର ପ୍ରାକ୍ତନ କଂସ ମହାରାଜ ଦେବରାଜ ଛତ୍ରିଆ, ଝାରସୁଗୁଡ଼ା ସୁରିୟାଂଶ ପତ୍ରିକାର ସମ୍ପାଦକ ଏକାମ୍ବର ବାଘ , ଗଞ୍ଜାମର ଶିକ୍ଷକ ନିତ୍ୟାନନ୍ଦ ରାଉତ, ଭଦ୍ରକର ଶିକ୍ଷକ ସରୋଜ କୁମାର ଓଝା, ବଲାଙ୍ଗିରର ଶିକ୍ଷାବିତ ସନ୍ତୋଷ କୁମାର ନାଏକ, ବିନକାର ଶିକ୍ଷୟିତ୍ରୀ ତନ୍ମୟୀ ଅଗସ୍ତି, ଇବଥର୍ମାଲର ସ୍ୱର୍ଣ୍ଣଲତା ଲେଙ୍କା ପ୍ରମୁଖ ଯୋଗଦେଇ ଆଲୋଚ୍ୟ ପ୍ରସଙ୍ଗରେ ଆଲୋଚନା କରିଥିଲେ । ଏହି ପର୍ଯ୍ୟାୟରେ ରାଉରକେଲାର ବିନିତା ପଟେଲ ମଞ୍ଚ ସଂଯୋଜନା କରିଥିବା ବେଳେ ସହଯୋଗରେ ସୁନ୍ଦରଗଡର ଚିନ୍ମୟୀ କଣ୍ଟା ତଥା କବିତା ସଂଯୋଜନାରେ ସୁନ୍ଦରଗଡ଼ର ନିତମ୍ବିନୀ କର, ବରଗଡ଼ର ସୁଜାତା ପଣ୍ଡା, ରାଉରକେଲାର ବିଦ୍ୟୁତଲତା ସୁତାର ପ୍ରମୁଖ ସହଯୋଗ କରିଥିଲେ । ଦ୍ଵିତୀୟ ପର୍ଯ୍ୟାୟରେ ଆଲୋଚନା ଚକ୍ର ଛନ୍ଦବୋଧ ଗୀତିକବିତାର ଆବଶ୍ୟକତା ତଥା ସମ୍ବର୍ଦ୍ଧନା ପର୍ବ ଅନୁଷ୍ଠିତ ହୋଇଥିଲା । ଏହି ପର୍ଯ୍ୟାୟରେ ଡା. ନବକିଶୋର ଶତପଥୀ ସଭାପତିତ୍ୱ ଓ ଅଧ୍ୟକ୍ଷ ମଙ୍ଗଳୁ କୁମାର ଦାସ, ବଲାଙ୍ଗିରର ପ୍ରାକ୍ତନ କଂସ ମହାରାଜ ଦେବରାଜ ଛତ୍ରିଆ, ସୁନ୍ଦରଗଡ ପଶ୍ଚିମ ଓଡ଼ିଶା ସାହିତ୍ୟ ସଂଗଠନର ସଭାପତି ଜୀବେଶ୍ୱରୀ ପଟେଲ, ଭୁବନେଶ୍ୱରର କଣ୍ଡୁରୀ ଚରଣ ନାୟକ, ରାଉରକେଲାର ନୃସିଂହ ଚରଣ ବିଶ୍ୱାଳ ଓ ଉପେନ୍ଦ୍ର କୁମାର ବସ୍ତିଆ, ସୋନପୁରର ନିରଞ୍ଜନ ପଣ୍ଡା ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରିଥିଲାବେଳେ ମଞ୍ଚ ପରିଚାଳନାରେ ଡ଼ଃ. ତାନଶ୍ରୀ ପାଣିଗ୍ରାହୀ, ଯାଜପୁରର ପୁଷ୍ପାଞ୍ଜଳି ମିଶ୍ର ସହଯୋଗ କରିଥିଲେ । ଏହି ଅବସରରେ ସୂରୀୟାଂଶ ପତ୍ରିକାର ଉନ୍ମୋଚନ କରାଯାଇଥିଲା । ଏଥିରେ ସୁନ୍ଦରଗଡର ରଞ୍ଜୁଲତା ପାଢ଼ୀ ସହଯୋଗ କରିଥିଲେ । ଉପସ୍ଥିତ ସମସ୍ତ ସମ୍ମାନିତ ଅତିଥିଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଶେଷରେ ଜୀବେଶ୍ୱରୀ ପଟେଲ ଧନ୍ୟବାଦ ଅର୍ପଣ କରିଥିଲେ ।
Prev Post