om academy

ରାଜ୍ୟରେ ଗତ ୨୪ ଘଂଟାରେ ୬୪୪ ନୂଆ ଆକ୍ରାନ୍ତ ଚିହ୍ନଟ

jsm

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଗତ ୨୪ ଘଂଟା ମଧ୍ୟରେ ରାଜ୍ୟରେ ୬୪୪ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୭୨ ଜଣ ୦ରୁ ୧୮ ବର୍ଷ ବୟସ ରହିଛି । ଏବେ ସକ୍ରିୟ ରୋଗୀଙ୍କ ସଂଖ୍ୟା ୫୭୧୩ । ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୩୭୫ ଜଣ କ୍ୱାରେନ୍‌ଟାଇନ୍‌ରୁ ଏବଂ ୩୬୯ ଜଣ ଆଂଚଳିକ ସଂକ୍ରମଣରୁ ଚିହ୍ନଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି । ଜିଲ୍ଲା ଅନୁସାରେ ଅନୁଗୁଳରୁ ୧୪, ବାଲେଶ୍ୱରରୁ ୩୪, ଭଦ୍ରକରୁ ୭, ବଲାଙ୍ଗିରରୁ ୫, କଟକରୁ ୭୭, ଦେବଗଡରୁ ୪, ଢେଙ୍କାନାଳରୁ ୬, ଗଜପତିରୁ ୧, ଗଞ୍ଜାମରୁ ୬, ଜଗତସିଂହପୁରରୁ ୨୮, ଯାଜପୁରରୁ ୨୦, ଝାରସୁଗୁଡାରୁ ୫, କନ୍ଧମାଳରୁ ୧, କେନ୍ଦ୍ରାପଡାରୁ ୧୧, କେଉଁଝରରୁ ୧, ଖୋର୍ଦ୍ଧାରୁ ୨୮୩, ମାଲକାନଗିରିରୁ ୫, ମୟୁରଭଂଜରୁ ୧୫, ନୟାଗଡରୁ ୬, ପୁରୀରୁ ୨୨, ରାୟଗଡାରୁ ୨, ସମ୍ବଲପୁରରୁ ୧୦, ସେନପୁରରୁ ୧, ସୁନ୍ଦରଗଡରୁ ୧୩ ଓ ଷ୍ଟେଟ ପୁଲ୍‌ରୁ ୬୭ ଚିହ୍ନଟ ହୋଇଛନ୍ତି ।

Leave A Reply

Your email address will not be published.