ଆଜି ମହାମହିମ ରାଜ୍ୟପାଳ ଗଣେଶୀ ଲାଲଙ୍କ ଜନ୍ମଦିନ : ୭୯ ବର୍ଷରେ ପାଦ ଦେଲେ

ଭୁବନେ‌ଶ୍ୱର, (ସୁଶା‌ନ୍ତ ସାହୁ) : ଓଡ଼ିଶାର ମହାମହିମ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କ ଆଜି ଜନ୍ମଦିନ । ଏବେ ସେ ୭୯ ବର୍ଷରେ ପାଦ ଦେଲେ । ପ୍ରଫେସର ଗଣେଶୀ ଲାଲ୍ ଭାରତୀୟ ରାଜନୀତିରେ ଜଣେ ବେଶ ପରିଚିତ ରାଜନେତା ହୋଇଥିବା ବେଳେ ଅନେକ ଖ୍ୟାତି ଅର୍ଜନ କରି ପାରିଛ‌ନ୍ତି ସେ । ଓଡିଶାର ମହାମହିମ ରାଜ୍ୟପାଳ ୧ ମାର୍ଚ୍ଚ ୧୯୪୨ରେ ହରିୟାଣାର ସିର୍ସା ଠାରେ ଜନ୍ମଗ୍ରହଣ କରିଥିଲେ । ସେ ଇଂରାଜୀ ସମ୍ମାନରେ ଡିଗ୍ରୀ ହାସଲ କରିଛନ୍ତି । ସେହିପରି ଏଫଏ, ବିଏ ଏବଂ ଏମ୍‌ଏରେ ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଥିଲେ ଏବଂ ସ୍ବର୍ଣ୍ଣ ପଦକ ବିଜେତା ହୋଇଥିଲେ । ତା‌ଙ୍କ ଜୀବନ ଯାତ୍ରା ଅଧ୍ୟାପକରୁ ଆର‌ମ୍ଭ ହୋଇ ରାଜ୍ୟପାଳ ଯାଏଁ ପହଂଚିଛି । ତା‌ଙ୍କ ଶୁଭ ଜ‌ନ୍ମଦିନରେ ବିଭି‌ନ୍ନ ମହଲରୁ ତା‌ଙ୍କ ପାଖକୁ ଶୁଭେ‌ଚ୍ଛାର ସୁଅ ଛୁଟୁଛି ।

Leave A Reply

Your email address will not be published.