ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଓଡ଼ିଶାର ମହାମହିମ ରାଜ୍ୟପାଳ ରଘୁବର ଦାଶ ଗଞ୍ଜାମ ଗସ୍ତରେ ଆସି ଗଞ୍ଜାମ ବ୍ଲକ ହୁମ୍ମା ପଞ୍ଚାୟତରେ ଥିବା ଅଙ୍ଗନବାଡି କେନ୍ଦ୍ର ୪ରେ ସରକାରଙ୍କ ପୋଷଣ ପକ୍ଷ ନେଇ ଉପସ୍ଥିତ କୋମଳମତି ଶିଶୁ ଓ କର୍ମଚାରୀଙ୍କ ସହିତ ଆଲୋଚନା କରିଛନ୍ତି । ମହାମହିମ ରାଜ୍ୟପାଳ ମା’ ତାରା ତାରିଣୀ ଦର୍ଶନ ସାରି ହୁମ୍ମା ଅଙ୍ଗନବାଡି କେନ୍ଦ୍ର ୪ରେ ପହଁଚି ପୋଷଣକୁ ନେଇ ଆଲୋଚନା କରିଥିଲେ । ସେଠାକାର କୁନି କୁନି ପିଲାମାନଙ୍କୁ କୋଳରେ ବସାଇ ଅନ୍ନ ପ୍ରାସନ୍ନ କରାଇବା ସହିତ ପିଲାଙ୍କୁ ଚକଲେଟ ବାଣ୍ଟିଥିଲେ । ଛାତ୍ରଛାତ୍ରୀମାନେ ରାଜ୍ୟପାଳଙ୍କୁ ଫୁଲ ଦେଇ ସ୍ୱାଗତ କରିଥିଲେ । ବିଭିନ୍ନ ବର୍ଗର ଲୋକେ ଉପସ୍ଥିତ ରହି ମହାମହିମ ରାଜ୍ୟପାଳଙ୍କୁ ବିଭିନ୍ନ ସମସ୍ୟା ସମ୍ବନ୍ଧିତ ଦାବୀପତ୍ର ପ୍ରଦାନ କରିଥିଲେ ।