
- ତୃତୀୟ ସଂନ୍ଧ୍ୟାରେରେ ନାଟକ ଚିତ୍ରପ୍ରତିମା ମଞ୍ଚସ୍ଥ
ରାଉରକେଲା, (ସସ୍ମିତା ପ୍ରଧାନ) : ସ୍ୱସ୍ତି ଝଙ୍କାର, ରାଉରକେଲାର ୨୫ତମ ରାଜ୍ୟସ୍ତରୀୟ ନାଟକ ମହୋତ୍ସବର ତୃତୀୟ ସନ୍ଧ୍ୟାରେ ଭୁବନେଶ୍ୱରର ବାଗଦେବୀ ଲିଟେରଚର ଟ୍ରଷ୍ଟ ତରଫରୁ ନାଟକ ଚିତ୍ରପ୍ରତିମା ମଞ୍ଚସ୍ଥ ହୋଇଯାଇଛି । ନାଟ୍ୟକାର ଗୈାରହରି ଦାସଙ୍କ ରଚିତ, ପରିକଳ୍ପନା ତଥା ନିର୍ଦ୍ଦେଶକ ପବିତ୍ର ମହାନ୍ତିଙ୍କ ନିର୍ଦ୍ଦେଶିତ ଏହି ନାଟକର ବିଷୟବସ୍ତୁ ହେଲା ମଣିଷ ସବୁବେଳେ ତା’ର ଆଲୋକିତ ପାର୍ଶ୍ଵକୁ ସବୁଠି ଦେଖାଇଥାଏ । ମାତ୍ର ଅନ୍ଧାର ପାର୍ଶ୍ଵକୁ କାହାକୁ ଦେଖାଏ ନାହିଁ । କୈ।ଣସି ମଣିଷ ଦୋଷ ଶୂନ୍ୟ ନୁହେଁ କି ପରିପୂର୍ଣ୍ଣ ନୁହେଁ । ଏହା ସତ୍ତ୍ୱେ ବି ଘର ବାନ୍ଧିବା ପାଇଁ ସମସ୍ତଙ୍କ ପାଖରେ କିଛି ସାଧାରଣ ଗୁଣ ଅଛି । ତାକୁ ହିଁ ନେଇ ସଂସାର ଚଳାଏ । ସବୁ ମଣିଷ ଗୋଟେ ଗୋଟେ ଚିତ୍ର ପ୍ରତିମା । ଯେମିତି ଦଶହରାର ଦୁର୍ଗା ମେଢ । ଉପରକୁ ଦେଖିଲେ ସୁନେଲି ଜରିମଡା ଶାଢ଼ୀ , ରଙ୍ଗମଖା ଉଜ୍ୱଳ ଚେହେରା । ପଛପଟୁ କିନ୍ତୁ କାଦୁଅ ନଡାର ସୁତୁଲି ବନ୍ଧା ଛାଞ୍ଚ । ଚିତ୍ର ପ୍ରତିମା ପରି ଦିଶୁଥିବା ମଣିଷ ବି ସେମିତି । ଉପରକୁ ଖୁବ୍ ସୁନ୍ଦର କିନ୍ତୁ ଭିତରଟା ଚିରି ଦେଲେ ନାରଖାର। ଏହି ଭଳି କାହାଣୀକୁ ନେଇ ଗତିଶୀଳ ହୋଇଛି ନାଟକ ଚିତ୍ର ପ୍ରତିମା । ଏଥିରେ ସଙ୍ଗୀତରେ ଶକ୍ତି ପ୍ରସାଦ ମିଶ୍ର, କଣ୍ଠରେ ମମତା ତ୍ରୀପାଠୀ ଓ ରାଜେଶ ମହାନ୍ତି , ଆଲୋକରେ ବିକାଶ ପ୍ରଧାନ, ପ୍ରଚ୍ଛଦ ପଟ ସଙ୍ଗୀତରେ ବିଶ୍ଵ ସ୍ୱରୂପ ମହାପାତ୍ର, ଚିତ୍ରଶିଳ୍ପୀରେ ଇଂଜିନିୟର ସୌମ୍ୟ ଶାଲିନି କର , ମଞ୍ଚ ପରିଚାଳନାରେ ସୂର୍ଯ୍ୟ ନାରାୟଣ ପ୍ରଧାନ, ରୂପ ସଜ୍ଜାରେ ମାମା ଚିତ୍ରାଳୟ, ମଞ୍ଚ ସଜ୍ଜାରେ ତ୍ରୀମୂର୍ତ୍ତି ଆର୍ଟସ ଓ ସହଯୋଗୀ ନିର୍ଦ୍ଦେଶନାରେ ସ୍ଵସ୍ତିକ ଦାଶ ସହଯୋଗ କରିଥିଲେ । ସେହିପରି ଅଭିନୟରେ ମମତା ତ୍ରୀପାଠୀ, ସରିତା ପ୍ରଧାନ, ପବିତ୍ର ମହାନ୍ତି, ରାଜେଶ ମହାନ୍ତି ପ୍ରମୁଖ ଅଭିନୟ କରିଥିଲେ । ଆଜି ନାଟକ ମହୋତ୍ସବ ନିରୁପମା ପତିଙ୍କ ସଂଯୋଜନାରେ ଆୟୋଜିତ ଉଦ୍ଘାଟକ ଭାବେ ଅଭିନେତା ତଥା ନିର୍ଦ୍ଦେଶକ ପ୍ରସନ୍ନ କୁମାର ମହାନ୍ତି ଯୋଗ ଦେଇଥିଲା ବେଳେ ର୍ଶମିଷ୍ଠା କବିଶତପଥୀ ସଭାପତିତ୍ୱ କରିଥିଲେ । ସମ୍ମାନୀତ ଅତିଥି ଭାବେ ଗୋକର୍ଣ୍ଣିକା ପତ୍ରିକାର ସମ୍ପାଦକ ରମାକାନ୍ତ ଜେନା ଯୋଗ ଦେଇଥିଲେ । ଶେଷରେ ବିଜୟ ଲକ୍ଷ୍ମୀ ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ । ଆଜି ନାଟକର ନିର୍ଦ୍ଦେଶକ ପବିତ୍ର ମହାନ୍ତିଙ୍କୁ ଉପଢ଼ୌକନ ଓ ଛତା ତଥା କଳାକାର ମାନଙ୍କ ପାଇଁ ପ୍ରସଂଶାପତ୍ର ପ୍ରଦାନ କରାଯାଇଥିଲା । କାର୍ଯ୍ୟକ୍ରମ ପରିଚାଳନାରେ ରାଜୀବ ପାଣି, ଇଂ ଗୋପୀନାଥ ପଟ୍ଟନାୟକ , କଲ୍ୟାଣୀ ଦାସ, ଅଶୋକ ପଟ୍ଟନାୟକ, ଡ ସୁମନ୍ ଦତ୍ତ, ବିଜୟ କୁମାର ପାତ୍ର, ଆଲୋକ ବୋଷ, ସରୋଜକାନ୍ତ ଜେନା, ଅଙ୍ଗୁରବାଳା ପରିଡ଼ା, ସରୋଜ ଶଙ୍ଖୁଆ, ପ୍ରଳୟ ଶତପଥି, ରାଜ କୁମାର ମହାନ୍ତି, ପ୍ରଫୁଲ୍ଲ ସେଠି, ବବି ମହାଳିକ, ଗୌତମ ଦାସ, ଗୟାଧର ମହାଳିକ, ବିଲୋଚନ ପାତ୍ର, ପ୍ରଫୁଲ୍ଲ ସାମଲ, ଗୀତା ରାଣୀ ବେହେରା, ଉମାକାନ୍ତ ବିଶୋଇ ଓ ଅଶୋକ ଦୁଙ୍ଗୁରି ପ୍ରମୁଖ ସହଯୋଗ କରିଥିଲେ ।