jayashree

ଗତ ୨୪ ଘଂଟାରେ ରାଜ୍ୟରେ ୭୨୧୬ ନୂଆ ଆକ୍ରାନ୍ତ ଚିହ୍ନଟ, କଟକରୁ ୧୦୯୧

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଗତ ୨୪ ଘଂଟା ମଧ୍ୟରେ ରାଜ୍ୟରେ ୭୨୧୬ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଏବେ ସକ୍ରିୟ ରୋଗୀଙ୍କ ସଂଖ୍ୟା ୧,୦୨,୦୭୨ରେ ରହିଛି । ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୪୦୪୧ ଜଣ କ୍ୱାରେନ୍‌ଟାଇନ୍‌ରୁ ଏବଂ ୩୧୭୫ ଜଣ ଆଂଚଳିକ ସଂକ୍ରମଣରୁ ଚିହ୍ନଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି । ଜିଲ୍ଲା ଅନୁସାରେ ଅନୁଗୁଳରୁ ୪୦୯, ବାଲେଶ୍ୱରରୁ ୨୧୫, ବରଗଡ଼ରୁ ୩୩୧, ଭଦ୍ରକରୁ ୨୪୬, ବଲାଙ୍ଗିରରୁ ୧୩୦, ବୌଦ୍ଧରୁ ୧୪୮, କଟକରୁ ୧୦୯୧, ଦେବଗଡ଼ରୁ ୬୮, ଢେ଼ଙ୍କାନାଳରୁ ୪୨୮, ଗଜପତିରୁ ୩୮, ଗଂଜାମରୁ ୧୫୦, ଜଗତସିଂହପୁରରୁ ୧୮୩, ଯାଜପୁରରୁ ୨୪୧, ଝାରସୁଗୁଡ଼ାରୁ ୬୪, କଳାହାଣ୍ଡିରୁ ୧୫୦, କନ୍ଧମାଳରୁ ୧୦୧, କେନ୍ଦ୍ରାପଡ଼ାରୁ ୪୮୭, କେଉଁଝରରୁ ୭୨, ଖୋର୍ଦ୍ଧାରୁ ୮୦୯, କୋରାପୁଟରୁ ୨୨୦, ମାଲକାନଗିରିରୁ ୧୩୫, ମୟୁରଭଂଜରୁ ୨୭, ନବରଂଗପୁରରୁ ୨୪୨, ନୟାଗଡ଼ରୁ ୧୬୪, ନୂଆପଡ଼ାରୁ ୬୬, ପୁରୀରୁ ୧୧୦, ରାୟଗଡ଼ାରୁ ୨୪୬, ସମ୍ବଲପୁରରୁ ୨୪୧, ସୋନପୁରରୁ ୭୪, ସୁନ୍ଦରଗଡ଼ରୁ ୧୮୪ ଓ ଷ୍ଟେଟ ପୁଲ୍‌ରୁ ୧୪୬ ଚିହ୍ନଟ ହୋଇଛନ୍ତି ।

Leave A Reply

Your email address will not be published.