ରାଜୀବ ଲୋଚନ ପ୍ରଧାନଙ୍କ ପରଲୋକ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଚନ୍ଦନଭାଟି ଗ୍ରାମର ମୂଳ ବାସିନ୍ଦା ରାଜୀବ ଲୋଚନ ପ୍ରଧାନଙ୍କ ଗତ ୩୦/୦୧/୨୦୨୫ ତାରିଖ ଗୁରୁବାର ଦିନ ସକାଳ ୧୧.୪୫ ମିନିଟରେ ପରଲୋକ ହୋଇଯାଇଛି । ସେ ଦୀର୍ଘ ୪୦ ବର୍ଷ କାଳ ଶିକ୍ଷକ ଦାୟିତ୍ୱ ତୁଲାଇଥିଲେ । ସେ ବଲାଙ୍ଗିର, ଟିଟିଲାଗଡ଼, ପାଟଣାଗଡ଼ର ବିଭିନ୍ନ ବ୍ଲକରେ ଚାକିରୀ କରିଥିଲେ । ତାଙ୍କର ଜୀବନ କାଳ ସମୟରେ ସମସ୍ତଙ୍କର ପ୍ରିୟଭାଜନ ହୋଇଥିଲେ । ସେ ଜଣେ ଦାୟିତ୍ୱବାନ, କର୍ମତତ୍ପର, ମିଷ୍ଟଭାଷୀ ବ୍ୟକ୍ତି ଥିଲେ । ୨୦୦୮ରୁ ୨୦୧୧ ମସିହା ପର୍ଯ୍ୟନ୍ତ ଦୀର୍ଘ ୪ ବର୍ଷ ସରକାରୀ ପ୍ରାଥମିକ ବିଦ୍ୟାଳୟ, ଚନ୍ଦନଭାଟିର ପ୍ରଧାନଶିକ୍ଷକ ଦାୟିତ୍ୱ ସୂଚାରୁ ରୂପେ କରିଥିଲେ । ଶେଷ ସମୟରେ ତାଙ୍କର ବଡ ପୁଅ ଗୋପାଳ ପ୍ରସାଦ ପ୍ରଧାନ, ସାନ ପୁଅ ସଞ୍ଜୟ ପ୍ରଧାନ, ସହଧର୍ମିଣୀ ବ୍ରଜେଶ୍ୱରୀ ପ୍ରଧାନ ଏବଂ ଝିଅ ପଦ୍ମିନୀ ଖମାରୀ ଉପସ୍ଥିତ ଥିଲେ । ତାଙ୍କର ବଡ ପୁଅ ଗୋପାଳ ପ୍ରସାଦ ପ୍ରଧାନ ମୁଖାଗ୍ନି ଦେଇଥିଲେ ।

Leave A Reply

Your email address will not be published.