om academy

ଦରପନ୍ ସାହିତ୍ୟ ସମ୍ମାନ ୨୦୨୧ ପାଇଲେ କବି ରାଜେଶ ଦଣ୍ଡସେନା

jsm

ବରଗଡ, (କେପିଏନ୍ଏସ୍) : କବିତା ଭିତରେ ହଜିଯାଇଥିବା କଲମ ମୁନରେ ରଚି ଦେଉଥିବା ସମାଜର କୁସଂସ୍କାର, ଅନ୍ୟାୟ ଅତ୍ୟାଚାର ଉପରେ କବିତା ମାଧ୍ୟମରେ ଲୋକମାନଙ୍କୁ ସଚେତନ କରନ୍ତି କବି ରାଜେଶ ଦଣ୍ଡସେନା । ବେଳେ ବେଳେ ହାସ୍ୟ ଏବଂ ବ୍ୟଙ୍ଗ କବିତା ମାଧ୍ୟମରେ ଲୋକମାନଙ୍କୁ ହସର ଖୋରାକ ଦେବା ପାଇଁ ମଦ୍ୟ ଚେଷ୍ଟା କରିଥାନ୍ତି କବି ରାଜେଶ । ତାଙ୍କର ସାହିତ୍ୟ ସାଧନା ପାଇଁ ବରପାଲି ନିକଟସ୍ଥ ତୁଲଣ୍ଡି ଗ୍ରାମର ଗୋପବନ୍ଧୁ ସାହିତ୍ୟ ସଂସଦ ପକ୍ଷରୁ ଦରପନ୍ ମହୋତ୍ସବ ଅବସରରେ ” ଦରପନ୍ ସାହିତ୍ୟ ସମ୍ମାନ ୨୦୨୧” ପ୍ରଦାନ କରାଯାଇଛି । ଏହି ଅବସରରେ ବିଧାୟିକା ରୀତା ସାହୁ, ବରଗଡ କଂସ ଭୁବନେଶ୍ୱର ପଧାନ, ହାସ୍ୟ କବି ମନ ମାଷ୍ଟ୍ରେ, ଡକ୍ଟର ଲକ୍ଷ୍ମଣ ସାହୁ, ସଂପାଦକ ବଟକୃଷ୍ଣ ସାହୁ, ଜଗନ୍ନାଥ ପଧାନ ଏବଂ ଅନ୍ୟ ଅତିଥି ମାନେ ଉପସ୍ଥିତ ଥିଲେ । ଆଗକୁ ଏହି ସମ୍ମାନ ମତେ ନିଶ୍ଚୟ କବିତା ଲେଖିବା ପାଇଁ ଉତ୍ସାହିତ କରିବ ବୋଲି ନିଜ ବକ୍ତବ୍ୟରେ କହିଥିଲେ ରାଜେଶ ଦଣ୍ଡସେନା ।

Leave A Reply

Your email address will not be published.