ସଇଁତଲା, (ପ୍ରମୋଦ ସେଲମା ) : ବଲାଙ୍ଗିର ଜିଲ୍ଲା ସଇଁତଲା ସହରରେ ସାର୍ବଜନୀନ ନବରାତ୍ର ଦୁର୍ଗାପୂଜା ଉପଲକ୍ଷେ ରଜତ ଜୟନ୍ତୀ ସମାରୋହ ପାଳନ ଅବସରରେ ସ୍ମରଣିକା ଉନ୍ମୋଚିତ ହୋଇଯାଇଛି । ଏଥିରେ ରଜତ ଜୟନ୍ତୀ କମିଟି ସଭାପତି ତଥା ପୂର୍ବତନ ମନ୍ତ୍ରୀ ସୁରେନ୍ଦ୍ର ସିଂ ଭୋଇଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ସଇଁତଲା ବ୍ଲକ ଅଧ୍ୟକ୍ଷା ମୋନିକା ସିଂ ଭୋଇ, ଅବସରପ୍ରାପ୍ତ ୱିଙ୍ଗ କମାଣ୍ଡୋ ସନ୍ତୋଷ ଶର୍ମା ତାଙ୍କ ପତ୍ନୀ ଡୁଏଲ ଶର୍ମା, ସ୍ମରଣିକା ମଣ୍ଡଳୀର ସଦସ୍ୟ ବିଜୟ ରଥ, ଗୌତମ କ୍ଷେତି, ଝସକେତନ ମନହୀରା, ସୁବାସ ରଥ, ଶେଷଦେବ ଜାନୀ ପ୍ରମୁଖ ଅତିଥିଭାବରେ ଯୋଗଦାନ କରି ରଜତ ଜୟନ୍ତୀ ସମାରୋହ ପ୍ରକାଶ ପାଇଥିବା ସ୍ମରଣିକାକୁ ଉନ୍ମୋଚିତ କରିଥିଲେ । ଏହି ଦୁର୍ଗାପୂଜା ସ୍ୱର୍ଗତ ହେମନ୍ତ ଦୋରାଙ୍କ ତତ୍ତ୍ୱବଧାନରେ ୧୯୫୨ ମସିହାରୁ ସ୍ୱର୍ଗତ ଗୋପାଳ ମନହିରା, ହେମନ୍ତ ସାହୁ, ଚର୍ତୁଭୁଜ ଦଣ୍ଡସେନା, ବିରଞ୍ଚି ପ୍ରସାଦ ଜାଲ, ବିପିନ ପଟ୍ଟନାୟକ, ବିଶ୍ୱମ୍ବର ଜାଲ ଓ ଶ୍ରଦ୍ଧାକର ପଟ୍ଟନାୟକ ପ୍ରମୁଖ ମିଶି ପୂଜା ଆରମ୍ଭ କରିଥିଲେ । ଏହାପରେ ୧୯୯୯ ମସିହାରୁ ପୂର୍ଵତନ ମନ୍ତ୍ରୀ ସୁରେନ୍ଦ୍ର ସିଂ ଭୋଇ ସହଯୋଗରେ ସାର୍ବଜନୀନ ନବରାତ୍ର ଦୁର୍ଗାପୂଜା ହୋଇଥିଲା ବୋଲି ସ୍ମରଣିକା ସମ୍ପାଦକ ପ୍ରଦୀପ ଜାଲ ପ୍ରକାଶ କରିଥିଲେ । ଏହି ପରିପେକ୍ଷୀରେ ସନ୍ତୋଷ ଶର୍ମା ଓ ମୋନିକା ସିଂ ଭୋଇଙ୍କୁ କମିଟି ତରଫରୁ ସମ୍ମାନିତ କରାଯାଇଥିଲା । ସଭାକୁ କମିଟି ସଦସ୍ୟ ରଜତ ପଟ୍ଟନାୟକ ପରିଚାଳନା କରିଥିବା ବେଳେ କମିଟି ସମ୍ପାଦକ ସୁବୋଧ ମିଶ୍ର ଧନ୍ୟବାଦ ପ୍ରଦାନ କରିଥିଲେ ।