ଜାତୀୟ ରାଜପଥରେ ସଡ଼କ ଦୁର୍ଘଟଣା : ଅଳ୍ପକେ ବର୍ତିଲେ କାରଯାତ୍ରୀ

  • ହମ୍ପସ ଓ ଷ୍ଟ୍ରିଟ ଲାଇଟ ପାଇଁ ଗ୍ରାମବାସୀଙ୍କ ଦାବି

ବୌଦ୍ଧ, (କେପିଏନ୍‌ଏସ୍‌) : ୫୭ ନଂ ଜାତୀୟ ରାଜପଥରେ ସଡ଼କ ଦୁର୍ଘଟଣା । ଭାରସାମ୍ୟ ହରାଇ ରାସ୍ତା କଡରେ ଥିବା ଗଛ ଓ ସିମେଣ୍ଟ ବେଞ୍ଚକୁ ଧକ୍କା ଦେଲା କାର । ଅଳ୍ପକେ ବର୍ତିଲେ ଚାଳକ ଓ ଅନ୍ୟ ଜଣେ ଯାତ୍ରୀ । ଉକ୍ତ ସ୍ଥାନରେ ହମ୍ପସ୍ ଓ ଷ୍ଟ୍ରିଟ ଲାଇଟ ଚାଲୁ ପାଇଁ ଗ୍ରାମବାସୀଙ୍କ ଦାବି ଉଠିଲା । ସୂଚନା ଅନୁଯାୟୀ ଖୋର୍ଦ୍ଧା-ବଲାଙ୍ଗିର ୫୭ନଂ ଜାତୀୟ ରାଜପଥ ହରଭଙ୍ଗା ବ୍ଲକ ରାମ୍ଭିକଟା ଛକ ଠାରେ ପୁରୀରୁ ବଲାଙ୍ଗିର ଅଭିମୁଖେ (ଓଡ଼ି ୧୩ଭି୨୪୦୨)ନଂ ବିଶିଷ୍ଟ ଏକ କାର ଯୋଗେ ଦୁଇଜଣ କୌଣସି କାର୍ଯ୍ୟରେ ଯାଉଥିବା ବେଳେ ଭାରସାମ୍ୟ ହରାଇ ଥିଲେ ଚାଳକ ଫଳରେ ଗାଡି ରାସ୍ତାକଡରେ ଏକ ଗଛ ସହିତ ନିକଟରେ ଥିବା ତ୍ରିନାଥ ମଣ୍ଡପରେ ଦୁଇଟି ସିମେଣ୍ଟ ବେଞ୍ଚକୁ ଧକ୍କା ଦେଇଥିଲା । ଦୁର୍ଘଟଣାରେ ଚାଳକ ଓ ବସିଥିବା ଅନ୍ୟ ଏକ ଯାତ୍ରୀ ସାମାନ୍ୟ ଆହତ ହୋଇଥିବା ବେଳେ ଗାଡିର ଆଗ ଭାଗ ନଷ୍ଟ ହୋଇଥିବା ଜଣାପଡିଛି । ଅନ୍ୟ ପଟେ ଏକ ସପ୍ତାହ ପୂର୍ବରୁ ଏହି ସ୍ଥାନରେ ବାଇକ ଦୁର୍ଘଟଣାରେ ଜଣକର ମୃତ୍ୟୁ ହୋଇଥିଲା । ଉକ୍ତ ରାମ୍ଭିକଟା ଛକ ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଅଟେ । ଜଗନ୍ନାଥ ସଡ଼କକୁ ସଂଯୋଗ କରିବା ସହିତ ସମ୍ପୋଚ ପଞ୍ଚାୟତର ସମସ୍ତ ଗ୍ରାମକୁ ଏହି ରାସ୍ତାରେ ଯିବା ଆସିବା । ସ୍କୁଲ, କଲେଜକୁ ମଧ୍ୟ ପ୍ରତିଦିନ ଏହି ରାସ୍ତାରେ ଛାତ୍ରଛାତ୍ରୀ ଯିବା ଆସିବା କରିବା ସହିତ ଉକ୍ତ ଛକ ଉପରେ ଗାଡ଼ିରେ ଯିବା ଉପରେ ନିର୍ଭର କରନ୍ତି । ଜନ ଗହଳି ଛକ ହୋଇଥିବାରୁ ଉକ୍ତ ସ୍ଥାନରେ ହମ୍ପସ ଓ ବର୍ଷ ବର୍ଷ ଧରି ଅଚଳ ଥିବା ଷ୍ଟ୍ରିଟ ଲାଇଟ ସଚଳ କରିବା ପାଇଁ ରାମ୍ଭିକଟା ଗ୍ରାମବାସୀଙ୍କ ସହିତ ବିଜୁଳିମରା ମଠର ସମସ୍ତ ସଦସ୍ୟ ଦାବି ଆଣିଛନ୍ତି ।

Leave A Reply

Your email address will not be published.