oom

ଦାବୀପତ୍ର ଦେବା ୪୮ ଘଣ୍ଟା ନପୁରୁଣୁ ପୁଣି ଏକ ଜୀବନ ନେଲା ୧୪୯ ଜାତୀୟ ରାଜପଥ

jsmm

ତାଳଚେର, (ଆର୍ତ୍ତତ୍ରାଣ ପାଣି) : ତାଳଚେର ସଡ଼କ ସୁରକ୍ଷା ପରିଷଦ ତାଳଚେର ବାଙ୍କଧରାଠାରୁ ବନରପାଳ ଦେଇ ଯାଇଥିବା ୧୪୯ ନଂ ଜାତୀୟରେ ଦୈନ୍ୟଦିନ ଘଟୁଥିବା ଦୁର୍ଘଟଣାର ସ୍ଥାଇ ସମାଧାନ ନିମନ୍ତେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଉପଖଣ୍ଡ ପ୍ରଶାସନକୁ ଦେଇଥିବା ଦାବୀ ପତ୍ରର ୪୮ ଘଣ୍ଟା ନପୂରୁଣୁ ପୁଣି ଏକ ଦୁର୍ଘଟଣାରେ ଜୈନିକ ବ୍ୟକ୍ତି ପ୍ରାଣ ହରାଇଥିବା ଖବର ଆମର ହସ୍ତଗତ ହୋଇଛି । ତାଳଚେର ବଲ୍ଲହର ଛକ ରାସ୍ତାରେ ଏହି ମର୍ମଦନ୍ତୁ ଘଟଣା ଘଟିଥିବା ପ୍ରକାଶ ଏବଂ ମୃତ ବ୍ୟକ୍ତି ଜଣକ ସ୍ଥାନୀୟ ସନ୍ଥପଡା ନିବାସୀ ବୋଲି ଶୁଣିବାକୁ ମିଳୁଛି ।

jittmm
Leave A Reply

Your email address will not be published.