oom

ହନୁମାନ ଜୟନ୍ତୀରେ ରାଜନେତାଙ୍କ ପଣା ରାଜନୀତି

jsmm

ବାଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗୀର ସହରରେ ଚଳିତବର୍ଷ ହନୁମାନ ଜୟନ୍ତୀ, ଓଡିଆ ନବବର୍ଷ ତଥା ପଣା ସଂକ୍ରାନ୍ତିକୁ ଧୂମ୍‌ଧାମ୍‌ରେ ପାଳନ କରାଯାଇଛି । ପ୍ରାୟ ପ୍ରତ୍ୟେକ ଛକରେ ସ୍ଥାନୀୟ ଯୁବକମାନେ ତଥା ବଜାର କମିଟି ପକ୍ଷରୁ ପଣା ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ହନୁମାନ ମନ୍ଦିର, ରାମମନ୍ଦିର ଓ ଅନ୍ୟାନ୍ୟ ପୀଠରେ ଚାଲିଥିବା ବାସନ୍ତିକ ଦୁର୍ଗାପୂଜା କମିଟି ପକ୍ଷରୁ ପଣା ବଣ୍ଟନ କରାଯାଇଥିଲା । କିନ୍ତୁ ଚଳିତଥର ପଣା ସଂକ୍ରାନ୍ତି ଟିକେ ନିଆରା ଥିଲା । ରାଜନେତାମାନେ ବିଭିନ୍ନ ସ୍ଥାନରେ ତାଙ୍କର ପ୍ରାୟୋଜିତ ପଣା ବଣ୍ଟନ କାର୍ଯ୍ୟକ୍ରମ କରାଇଥିବା ଦେଖାଯାଇଥିଲା । କଂଗ୍ରେସ ଦଳ ପକ୍ଷରୁ ପକ୍କା ବଲାଙ୍ଗିରିଆ ବେନର୍‌ ଲଗାଇ ପାଣା ବଣ୍ଟନ କରାଯାଉଥିଲା । ସେହିପରି ବିଜେଡି ସମର୍ଥିତ ଗୋଷ୍ଠୀ ମଧ୍ୟ ସ୍ଥାନେ ସ୍ଥାନେ ପଣା ବଣ୍ଟନ କରାଉଥିଲେ । ବିଜେଡି ପ୍ରାର୍ଥି କଳିକେଶ ନାରାୟଣ ସିଂଦେଓ, ବିଜେଡି ସାଂସଦ ପ୍ରାର୍ଥି ସୁରେନ୍ଦ୍ର ସିଂଭୋଇ, ବଲାଙ୍ଗିର ପୌରାଧ୍ୟକ୍ଷା ଲିକା ସାହୁ ପଡା ପଡା ବୁଲି ଲୋକଙ୍କ ସହିତ ମିଶି ପଣା ପିଇଥିଲେ । ଠିକ୍‌ ସେହିପରି କଂଗ୍ରେସର ବିଧାୟକ ପ୍ରାର୍ଥି ସମରେନ୍ଦ୍ର ମିଶ୍ର ମଧ୍ୟ ତାଙ୍କ ସମର୍ଥକଙ୍କ ସହିତ ମିଶି ସହରରେ ବୁଲି ବୁଲି ତାଙ୍କର ପଣା ବଣ୍ଟନ ଦେଖିବା ସହିତ ଲୋକଙ୍କ ସହିତ ମିଶି ପଣା ପିଉଥିଲେ । ନିର୍ବାଚନ ପାଇଁ ରାଜନେତାଙ୍କ ପଣା ରାଜନୀତିକୁ ନେଇ ଯୋର ଚର୍ଚ୍ଚା ଚାଲିଛି । ସ୍ଥାନୀୟ ରୁଗୁଡିପଡା ମାଛବଜାରର ସେରସୁଆଁଗୁଡି କମିଟି ତରଫରୁ ଆୟୋଜିତ ପଣା ବଣ୍ଟନ କାର୍ଯ୍ୟକ୍ରମରେ କଂଗ୍ରେସର ସମରେନ୍ଦ୍ର ମିଶ୍ର, ବିଜେଡିର ବିଧାୟକ ପ୍ରାର୍ଥି କଳିକେଶ ନାରାୟଣ ସିଂଦେଓ ଓ ସାଂସଦ ପ୍ରାର୍ଥି ସୁରେନ୍ଦ୍ର ସିଂଭୋଇ ଉପସ୍ଥିତ ରହି ପଣା ପିଇଥିଲେ ଓ ଯୁବକମାନଙ୍କ ସହିତ ଆଲୋଚନା କରିଥିଲେ । ଏହି ଆଲୋଚନାରେ ସେରସୁଆଁ ଗୁଡିକ କମିଟିର ସଭାପତି କମ୍ବୁପାଣି ପୂଜାରୀ, ବିଶ୍ୱମୟ ପୂଜାରୀ, ପ୍ରଦ୍ୟୁମ୍ନ ମିଶ୍ର, ଶ୍ରୀମନ୍ତ ପଣ୍ଡା, ଅନୀଲ ନନ୍ଦ, ରାଜୁ ଦାସ, ରଘୁନନ୍ଦନ ସିଂ, ସୁରମ୍ୟ ମିଶ୍ର, ଶିବରାନାୟଣ ପୁରୋହିତ, ଉପଦେଷ୍ଟା ପ୍ରଭାସ ପାଣିଗ୍ରାହୀ, ଶିବ ବେହେରା, ହିମାଂଶୁ ନାୟକ, ବନ ମିଶ୍ର, ସୁଦାମ ସାହୁ, ଦୀନବନ୍ଧୁ ସେଠ, ଚନ୍ଦ୍ରମଣୀ ତ୍ରୀପାଠୀ, ଶ୍ରୀଧର ଦାସ, ଟିଙ୍କୁ ପ୍ରମୁଖ ସଭ୍ୟ ଉପସ୍ଥିତ ରହିଥିଲେ ।

jittmm
Leave A Reply

Your email address will not be published.