ଭୁବନେଶ୍ୱର : ରାଜଧାନୀ ଭୁବନେଶ୍ୱରରେ ୩୬ଡ଼ିଗ୍ରୀ ଛୁଇଁଲା ତାତି । ମଙ୍ଗଳବାର ଦିନ ୨ଟା ୩୦ ସମୟରେ ଭୁବନେଶ୍ୱରରେ ୩୬ ଡ଼ିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି । ଏପ୍ରିଲ-ମେ ମାସରେ ଅଧିକ ତାତି ଅନୁଭବ କରିବେ ରାଜ୍ୟବାସୀ । ଏଲିନିନୋ ଯୋଗୁଁ ଚଳିତ ବର୍ଷ ଗ୍ରୀଷ୍ମପ୍ରବାହ ଅଧିକ ରହିବ ବୋଲି ପୂର୍ବାନୁମାନ କରିଛନ୍ତି ସୋଆ ସିଇସି ମୁଖ୍ୟ ଶରତ ଚନ୍ଦ୍ର ସାହୁ । ବୁଧବାର ଠାରୁ ୨ରୁ ୩ ଡିଗ୍ରୀ ତାପମାତ୍ରା ହ୍ରାସ ପାଇବା ସମ୍ଭାବନା ରହିଛି ।