oom

ପିସିସି ସଭାପତିଙ୍କ ପିତୃ ଶୁଦ୍ଧିକ୍ରିୟାରେ ସାମିଲ ହେଲେ କଂଗ୍ରେସ କର୍ମୀଠୁ ନେତା : ସଇଁତଲା ପାଲଟିଲା ମିନି ରାଜଧାନୀ

jsmm

ସଇଁତଲା, (ପ୍ରମୋଦ ସେଲମା) : ଗତ ରବିବାର ରାଜ୍ୟ ପ୍ରଦେଶ କଂଗ୍ରେସ ସଭାପତି ଶରତ ପଟ୍ଟନାୟକଙ୍କ ପିତା ଯୁଗଳ କିଶୋର ପଟ୍ଟନାୟକଙ୍କ ଶୁଦ୍ଧିକ୍ରିୟା ରବିବାର ସଇଁତଲା ସ୍ଥିତ ରମେଶ ସିଂ ଭୋଇ ଷ୍ଟାଡିୟମ ପରିସରରେ ଆୟୋଜିତ ହୋଇଥିଲା । ଏହି ପରିପେକ୍ଷୀରେ ରାଜ୍ୟର କଂଗ୍ରେସ କର୍ମୀଠୁ ଆରମ୍ଭ କରି ନେତା, ବରିଷ୍ଠ କର୍ମକର୍ତ୍ତା ଉପସ୍ଥିତ ହୋଇ ସ୍ୱର୍ଗତ ଶ୍ରୀ ପଟ୍ଟନାୟକଙ୍କ ଫଟୋ ଚିତ୍ରରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ଯାହା ଫଳରେ ସଇଁତଲା ସହର ମିନି ରାଜଧାନୀ ପାଲଟିଥିବା ଦେଖିବାକୁ ମିଳିଥିଲା । ଏଥିରେ ରାଜ୍ୟରୁ ବ୍ଲକ ପର୍ଯ୍ୟନ୍ତ ଆସିଥିବା କଂଗ୍ରେସ କର୍ମୀଙ୍କଠାରୁ ଆରମ୍ଭ କରି ବଡ଼ ନେତା ପିସିସି ସଭାପତିଙ୍କ ଘରକୁ ଆସିଥିବାରୁ ପ୍ରବଳ ଜନ ସମାଗମ ଦେଖିବାକୁ ମିଳିଛି । ଏହାପରେ ଅପରାହ୍ନ ୪ ଘଣ୍ଟା ସମୟରେ କଂଗ୍ରେସର ରାଜ୍ୟ ପ୍ରଭାରୀ ଅଜୟ କୁମାର ପହଂଚି ସ୍ୱର୍ଗତ ଶ୍ରୀ ପଟ୍ଟନାୟକଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଥିଲେ । ପରେ କଂଗ୍ରେସ ଦଳ କର୍ମକର୍ତ୍ତାମାନେ ପ୍ରଭାରୀଙ୍କୁ ବିପୁଳ ସମ୍ବର୍ଦ୍ଧନା ପ୍ରଦାନ କରିଥିଲେ । ଏଥିରେ ପୂର୍ବତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, ଜୟଦେବ ଜେନା, ପ୍ରସାଦ ହରିଚନ୍ଦନ, କଂଗ୍ରେସର ପ୍ରଚାର କମିଟି ଅଧ୍ୟକ୍ଷ ବିଜୟ ପଟ୍ଟନାୟକ, କଂଗ୍ରେସ ଦଳ ନେତା ନରସିଂହ ମିଶ୍ର, ପୂର୍ବତନ ମନ୍ତ୍ରୀ ସୁରେନ୍ଦ୍ର ସିଂ ଭୋଇ, କିଶୋର ପଟେଲ, ଶରତ ରାଉତ, ଜଗନ୍ନାଥ ପଟ୍ଟନାୟକ, ବିଧାୟକ ସୁର ରାଉତରାୟ, ସନ୍ତୋଷ ସିଂ ସାଲୁଜା, ତାରାପ୍ରସାଦ ବାହନୀପତି, ଦାଶରଥି ଗମାଙ୍ଗ, ଅଧୀରାଜ ପାଣିଗ୍ରାହୀ, ସାଂସଦ ସପ୍ତଗିରି ଉଲକା, ପୂର୍ବତନ ସାଂସଦ ଭକ୍ତ ଚରଣ ଦାସ, ନକୁଳ ନାୟକ ପୂର୍ବତନ ବିଧାୟକ ଯଜ୍ଞଶ୍ୱର ବାବୁ, ଜୟରାମ ପାଙ୍ଗି, ବଳଭଦ୍ର ମାଝୀ, ରାଧାକାନ୍ତ ପଣ୍ଡା, ସତ୍ୟଭୂଷଣ ସାହୁ, ଭୁଜବଳ ମାଝୀ, ଡ଼. ଲିପିକା ମାଝୀ, ଶ୍ରମିକ ନେତା ରାମଚନ୍ଦ୍ର ଖୁଣ୍ଟିଆ, ପିସିସି ମହିଳା ସଭାନେତ୍ରୀ ବନ୍ଦିତା ପରିଡା, କଂଗ୍ରେସ ନେତା ସମରେନ୍ଦ୍ର ମିଶ୍ର, ବିଜେପି ନେତା ମହେନ୍ଦ୍ର ଠାକୁର, ଗୋପାଳଜୀ ପାଣିଗ୍ରାହୀ, ବିଜେଡି ନେତା ଅର୍କଶ ନାରାୟଣ ସିଂହଦେଓ, ସଇଁତଲା ବ୍ଲକ ଅଧ୍ୟକ୍ଷା ମୋନିକା ସିଂ ଭୋଇ, ବ୍ଲକ ଉପାଧ୍ୟକ୍ଷ ଗୁଣସାଗର ମାଝୀଙ୍କ ସମେତ ବହୁ ବରିଷ୍ଠ ଦଳୀୟ କର୍ମକର୍ତ୍ତାମାନେ ଉପସ୍ଥିତ ରହି ଶ୍ରଦ୍ଧାଞ୍ଜଳି ଦେଇଥିଲେ । ଏହାକୁ ନେଇ କଂଗ୍ରେସ କର୍ମୀ ମହଲରେ ବେଶ ଉତ୍ସାହ ଦେଖାଯାଇଥିଲା ।

jittmm
Leave A Reply

Your email address will not be published.