ଭୁବନେଶ୍ୱର, (ସୁଶାନ୍ତ ସାହୁ) : ରଜ ପାଇଁ କଟକଣା ଜାରି କରାଯାଇଛି । ନିୟମ ନମାନିଲେ ଦୃଢ଼ କାର୍ୟ୍ୟାନୁଷ୍ଠାନର ଚେତାବନୀ ଦେଇଛନ୍ତି ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ । ରଜ ପାଇଁ ଆଜିଠୁ ପୋଲିସର ସ୍ପେଶାଲ ଡ୍ରାଇଭ ଆରମ୍ଭ କରାଯାଇଥିବା ସେ କହିଛନ୍ତି । କୋଭିଡ୍ କଟକଣା ନମାନିଲେ ଦୃଢ଼ କାର୍ୟ୍ୟାନୁଷ୍ଠାନ ନିଆଯିବ ବୋଲି ଚେତାବନୀ ଦେଇଛନ୍ତି। ଅନ୍ୟପଟେ କଟକଣା ଉଲ୍ଲଙ୍ଘନ କରି ଦୋକାନ ଖୋଲିଲେ ତାକୁ ସିଲ୍ କରାଯିବ ବୋଲି ଦୋକାନୀମାନଙ୍କୁ ଚରମବାଣୀ ଶୁଣାଇଛନ୍ତି ପୋଲିସ କମିଶନର । କୋଭିଡ ନିୟମ ପାଳନ କରି ରଜ ପାଳନ କରିବାକୁ ସେ ଟୁଇନ ସିଟିବାସୀଙ୍କୁ ଅପିଲ କରିଛନ୍ତି ।