oom

ଲଗାଣ ବର୍ଷା ଯୋଗୁଁ ରାସ୍ତା ବେହାଲ୍

jsmm

କେସିଙ୍ଗା, (ପ୍ରୀତେଶ ପଟେଲ) : ଗ୍ରାମୀଣ ଜଳ ଯୋଗାଣ ଏବଂ ପରିମଳ ବିଭାଗ (ଆରଡବ୍ଲୁଏସ୍ଏସ୍)ର ଅବହେଳା ଯୋଗୁଁ କେସିଙ୍ଗା – ରୁପ୍ରା ରାସ୍ତାରେ ଏକ ବିପଦପୂର୍ଣ୍ଣ ପରିସ୍ଥିତି ଉପୁଜିଛି । ଗ୍ରାମୀଣ ସଡକ ଗୁଡ଼ିକ ଅପେକ୍ଷାକୃତ ସଂକୀର୍ଣ୍ଣ ଏବଂ ପାଇପ୍‌ ଲାଇନ ଲଗାଇବା ପାଇଁ ଖୋଳିବା ପରେ ଡ୍ରେନଗୁଡିକ ସଠିକ୍ ଭାବରେ ପୂରଣ ହୋଇ ନଥିବାରୁ ରାସ୍ତା ଦେଇ ଯାଉଥିବା ଯାନଗୁଡିକ ଦୁର୍ଘଟଣାର ସମ୍ମୁଖୀନ ହେଉଛନ୍ତି । ବିଶେଷକରି କାଲି ହୋଇଥିବା ଲଗାଣ ବର୍ଷା ହେତୁ ଯାନବାହାନ ଗୁଡିକ ପାଇପ୍‌ ଲାଇନ ସ୍ଥାପନ ପାଇଁ ଖୋଳା ଯାଇଥିବା ଡ୍ରେନ୍ ଭିତରକୁ ପଶି ଯାଇତାଏ ଏବଂ ବିଭାଗ ଏହାକୁ ଠିକ୍ ଭାବରେ ପୂରଣ କରୁ ନଥିବାରୁ ମାଟି ଓଦା ହେତୁ ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି ।

jittmm
Leave A Reply

Your email address will not be published.