sss
lll

ଶିରୋଲ ଗାଁ ରେଳ ଧାରଣାରେ ଉଦ୍ଧାର ହେଲା ମହିଳାଙ୍କ ଖଣ୍ଡ ବିଖଣ୍ଡିତ ମୃତଦେହ

ଟିଟିଲାଗଡ଼ : ବଲାଙ୍ଗିର ଜିଲ୍ଲା ଟିଟିଲାଗଡ ରେଳ ଷ୍ଟେସନ ଓ ରହେନଭଟ ରେଳଷ୍ଟେସନ ମଝିରେ ଥିବା ଶିରୋଲ ଗାଁ ରେଳ ଧାରଣାରେ ଉଦ୍ଧାର ହେଲା ମହିଳାଙ୍କ ଖଣ୍ଡ ବିଖଣ୍ଡିତ ମୃତଦେହ । ମୃତ ମହିଳା ଜଣକ ହେଲେ ଶିରୋଲ ଗାଁ ପାଖ ତେତେଲଖୁଣ୍ଟି ଗାଁର କମଳା ରଣା (୨୫) । କମଳାଙ୍କ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି । ସୂଚନା ମୁତାବକ, ଶିରୋଲ ଗାଁ ରେଳ ଧାରଣାରେ ଜଣେ ମହିଳାଙ୍କ ମୃତଦେହ ଦେଖିବାକୁ ପାଇଥିଲେ ସ୍ଥାନୀୟଲୋକେ । ଏହା ଦେଖି ତୁରନ୍ତ ରେଲୱେ ପୋଲିସକୁ ଖବର ଦେଇଥିଲେ । ଖବର ପାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମହିଳାଙ୍କ ମୃତଦେହ ଜବତ କରି ଶବ ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଘଟଣାର ତଦନ୍ତ ଚଳାଇଛି । ତେବେ ପାରିବାରିକ କଳହରୁ ମହିଳା ଜଣକ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି ।

Leave A Reply

Your email address will not be published.