ବଲାଙ୍ଗିର ରେଳ ଷ୍ଟେସନରେ ଏକ ଷ୍ଟେସନ ଏକ ଉତ୍ପାଦ ଷ୍ଟଲର ଉଦ୍ଘାଟନ ଓ ସୋନପୁରରୁ ବଲାଙ୍ଗିରକୁ ଚଳାଚଳ ପାଇଁ ପସେଞ୍ଜର ଟ୍ରେନ ଲୋକାର୍ପିତ
ବଲାଙ୍ଗିର, (କେପିଏନ୍ଏସ୍) : ବଲାଙ୍ଗିର ରେଳ ଷ୍ଟେସନରେ ଏକ ଷ୍ଟେସନ ଏକ ଉତ୍ପାଦ ଷ୍ଟଲର ଉଦ୍ଘାଟନ ଓ ସୋନପୁରରୁ ବଲାଙ୍ଗିରକୁ ଚଳାଚଳ ପାଇଁ ଏକ ପସେଞ୍ଜର ଟ୍ରେନର ଲୋକାର୍ପଣ କରାଯାଇଛି । ଭାରତୀୟ ରେଳ ଆଧୁନିକିକରଣ ଯୋଜନା ଅନୁସାରେ ସାରା ଭାରତରେ ୮୫ ହଜାର କୋଟିରୁ ଅଧିକ ମୂଲ୍ୟର ରେଳ ପ୍ରକଳ୍ପର ଭିତ୍ତି ପ୍ରସ୍ତର ସ୍ଥାପନ ଏବଂ ରାଷ୍ଟ୍ରକୁ ସମର୍ପଣ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଏହି କ୍ରମରେ ବଲାଙ୍ଗିର ରେଳ ଷ୍ଟେସନରେ ଏକ ଷ୍ଟେସନ ଏକ ଉତ୍ପାଦ ଷ୍ଟଲର ଉଦ୍ଘାଟନ ଓ ସୋନପୁରରୁ ବଲାଙ୍ଗିରକୁ ଚଳାଚଳ ପାଇଁ ଏକ ପସେଞ୍ଜର ଟ୍ରେନର ଲୋକାର୍ପଣ କରିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭର୍ଚୁଆଲ ମାଧ୍ୟମରେ ଏହାର ଉଦ୍ଘାଟନ କରିଥିବା ବେଳେ ଏହି ଟ୍ରେନଟି ପ୍ରତିଦିନ ସୋନପୁରରୁ ବଲାଙ୍ଗିରକୁ ଦୁଇଥର ଯିବା ଆସିବା କରିବ । ବଲାଙ୍ଗିର ଖୋର୍ଦ୍ଧା ରେଳ ପ୍ରକଳ୍ପ ଧୀରେ ଧୀରେ ଅଗ୍ରଗତି କରୁଥିବା ବେଳେ ଟ୍ରେନ ଚଳାଚଳ କରିବା ଏକ ଖୁସି ଖବର ବୋଲି ଜନ ମହଲରେ ପ୍ରତିକ୍ରିୟା ପ୍ରକାଶ ପାଇଛି ।