om academy

ଲୋଇସିଂହା ବସ୍ତି ରେଲୱେ ଫାଟକ ରାସ୍ତା, ଅପେକ୍ଷା ପରେ ଦୁର୍ଦ୍ଦଶା

jsm

ଲୋଇସିଂହା, (କେପିଏନ୍‌ଏସ୍‌) : ଲୋଇସିଂହା ବସ୍ତିକୁ ସଂଯୋଗ କରୁଥିବା ରେଲୱେ ଫାଟକ ରାସ୍ତାରେ ଲୋଇସିଂହାବାସୀଙ୍କ ଦୀର୍ଘ ଦିନର ଦାବୀ ରେଲୱେ ଓଭର ବ୍ରିଜ ବଦଳରେ ଭୂତଳ ପୋଲ ନିର୍ମାଣ କଲା ରେଳ ବିଭାଗ । କିନ୍ତୁ ଲୋକଙ୍କ ଦାବୀ ଅନୁଯାୟୀ ରେଳ ବିଭାଗ ଆବଶ୍ୟକତା ପୂରଣ କରିନପାରି ଯାହା ଘଟିବ ବୋଲି ଚିନ୍ତା କରାଯାଉଥିଲା ତାହା ଘଟିଲା । ଫଳରେ ଲୋକଙ୍କ ମନରେ ଅସନ୍ତୋଷ ରହିଥିଲା । ଏପରିକି ଅପେକ୍ଷାର ଅନ୍ତ ଘଟିଥିଲେ ମଧ୍ୟ ଦୁର୍ଦ୍ଦଶା ବଢିଥିବା ସ୍ଥାନୀୟ ଲୋକେ ଖୋଲାଖୋଲି ଅଭିଯୋଗ କରୁଥିବା ଜଣାଯାଇଛି । ଅଭିଯୋଗ ଅନୁଯାୟୀ, ଲୋଇସିଂହା ବସ୍ତି ସମେତ ପନେସର।, କେଉଁଟିପାଲି, ଗୁର୍ଜିଭଟା, ଲୁହୁରାପାଲି ପ୍ରଭୃତି ଗାଁକୁ ଏହି ରେଲୱେ ଫାଟକ ରାସ୍ତା ସଂଯୋଗ କରୁଛି । ଫଳରେ ପୂର୍ବରୁ ଲୋକେ ଘଣ୍ଟା ଘଣ୍ଟ। ଧରି ଦୈନନ୍ଦିନ ଅପେକ୍ଷା କରି ଏହି ରାସ୍ତାରେ ଅତିକ୍ରମ କରୁଥିଲେ । ଲୋକଙ୍କ ଦାବୀ ଅନୁଯାୟୀ ଏକ ଓଭର ବ୍ରିଜ ନିର୍ମାଣ ହେଉ । ଯାହା ଫଳରେ ସୁବିଧା ହୋଇପାରିବ । କିନ୍ତୁ ରେଳ ବିଭାଗ ଲୋକଙ୍କ ଦାବୀକୁ କେବଳ ରାସ୍ତା ଅତିକ୍ରମର ମାଧ୍ୟମ କରି ଏକ ଭୂତଳ ପୋଲ ନିର୍ମାଣ କଲା । ଯାହା ଫଳରେ ସାମାନ୍ୟ ବର୍ଷାରେ ପାଣି ଜମା ହୋଇ ଘଂଟା ଘଂଟା ଅପେକ୍ଷା ପରିବର୍ତ୍ତେ ଦିନ ଦିନ ଅପେକ୍ଷା କରିବାକୁ ପଡିଲା । ଏହାସହ ଏହି ପୋଲର ଉଭୟ ପାର୍ଶ୍ଵରେ ପାଣି ନିଷ୍କାସନ ଠିକ୍‌ ଭାବରେ ହୋଇନପାରି କଦର ସୃଷ୍ଟି ହେଲା । ଫଳରେ ରାସ୍ତାରେ ସ୍ଲିପ ହୋଇ ଦୁର୍ଘଟଣା ଘଟୁଥିବା ଦେଖାଗଲା । ଏହାସହ ପୋଲ ତଳ ସବୁବେଳେ ଶୁଖିଲା ନ ରହି ପାଣି ଜମିଲା । ଯାହା ଫଳରେ ପଥିକ ଓ ସାଇକଲ ଆରୋହି ଉକ୍ତ ଭୂତଳ ପୋଲରେ ନ ଯାଇ ଅନେକ ସମୟରେ ଫାଟକ ଡେଇଁ ଯିବା ଆସିବା କରୁଥିବା ଦେଖାଯାଇଛି । ସୂଚନା ଥାଉକି, ଗତ ବର୍ଷା ମାସରେ ନିକଟସ୍ଥ ଏକ ଭୂତଳ ପୋଲରେ ପ୍ରାୟ ୪ ଫୁଟ ପାଣିଜମି ରହିଥିବାରୁ ଜଣେ ୧୨ ବର୍ଷୀୟ ଛାତ୍ର ରେଳ ରାସ୍ତା ଡେଉଁ ଥିବା ସମୟରେ ରେଳ ଧକ୍କାରେ ଜୀବନ ହରାଇଥିଲା । ତେଣୁ ରେଳ ବିଭାଗ ଉପରୋକ୍ତ ସମସ୍ୟା ପ୍ରତି ଧ୍ୟାନ ଦେଇ ତା’ର ସୁବ୍ୟବସ୍ଥା କରିବାକୁ ଦାବୀ ହେଉଛି ।

Leave A Reply

Your email address will not be published.