oom

ଆଜିଠୁ ଦେଓଗାଁ ରେଳ ଷ୍ଟେସନରେ ରହିବ ସମ୍ବଲପୁର–ରାୟଗଡ଼ା ଇଣ୍ଟରସିଟି ଏକ୍ସପ୍ରେସ

jsmm

ଦେଓଗାଁ, (ମନୀଷ କୁମାର ସାହୁ) : ଦଶନ୍ଧି ଧରି ଦାବୀ, ଆନ୍ଦୋଳନ ଓ ଅପେକ୍ଷା ପରେ ଦେଓଗାଁ ରୋଡ ରେଳ ଷ୍ଟେସନରେ ଏକ୍ସପ୍ରେସ ଟ୍ରେନ ରହିବା ସ୍ଥିର ହୋଇଛି । ସମ୍ବଲପୁର–ରାୟଗଡ଼ା ଇଣ୍ଟରସିଟି ଏକ୍ସପ୍ରେସ ବୁଧବାର ରହଣି ହେବା ନେଇ ସୂଚନା ମିଳିଛି । ଏହି ଏକ୍ସପ୍ରେସ ରହଣି ଅବସରରେ ଅତିଥି ଭାବେ ବଲାଙ୍ଗିର ସାଂସଦ ସଂଗୀତା କୁମାରୀ ସିଂହଦେଓ ଯୋଗ ଦେବାକୁ ଥିବା ବେଳେ ରେଳ ବିଭାଗ ପକ୍ଷରୁ ଡିଆର୍‌ଏମ୍‌ ଏବଂ ସିନିୟର୍ ଡିସିଏମ୍ ଯୋଗ ଦେଇ ଦେଓଗାଁ ଷ୍ଟେସନରୁ ସମ୍ବଲପୁର–ରାୟଗଡ଼ା ଇଣ୍ଟରସିଟି ଏକ୍ସପ୍ରେସକୁ ସବୁଜ ସଂକେତ ଦେବାର କାର୍ଯ୍ୟକ୍ରମ ରହିଛି । ପ୍ରକାଶ ଯୋଗ୍ୟ ଯେ, ଗତ ମାର୍ଚ୍ଚ ୭ତାରିଖ ଦିନ ଭାରତ ସରକାରଙ୍କ ରେଲୱେ ମନ୍ତ୍ରଣାଳୟ ରେଲୱେ ବୋର୍ଡ଼ର ସଂଯୁକ୍ତ ନିର୍ଦ୍ଦେଶକ ବିବେକ ସିହ୍ନା ଦେଇଥିବା ସୂଚନା ଅନୁସାରେ ସମ୍ବଲପୁର–ରାୟଗଡ଼ା ଏକ୍ସପ୍ରେସ (୧୮୩୦୧ ଓ ୧୮୩୦୨) କିଛିଦିନ ମଧ୍ୟରେ ଦେଓଗାଁ ଷ୍ଟେସନରେ ପରୀକ୍ଷାମୂଳକ ଭାବେ ରହଣି କରିବା ନେଇ ସୂଚନା ମିଳିଥିଲା । ଏହାସହ ଷ୍ଟେସନରେ କେତେ ସଂଖ୍ୟାରେ ଟିକେଟ ବୁକିଙ୍ଗ ହେବ, ସେ ଉପରେ ମଧ୍ୟ ଗୁରୁତ୍ୱ ଦିଆଯିବ ବୋଲି ସରକାରୀ ଚିଠିରୁ ଜଣାପଡ଼ିଥିଲା । ଆଜି ବୁଧବାର ଦିନ ଅପରାହ୍ନରେ ଦେଓଗାଁ ଷ୍ଟେସନରେ ସମ୍ବଲପୁର–ରାୟଗଡ଼ା ଏକ୍ସପ୍ରେସ ରହଣି କରିବା କାର୍ଯ୍ୟକ୍ରମ ରହିଛି ।

jittmm
Leave A Reply

Your email address will not be published.