ଅବସରପ୍ରାପ୍ତ ଆଦର୍ଶ ଶିକ୍ଷକ ରଘୁପତି ମହାପାତ୍ରଙ୍କ ବିୟୋଗ

ବରଗଡ, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଲା ଅତାବିରା ବ୍ଲକ ଅନ୍ତର୍ଗତ ଝିଲିମିଣ୍ଡା ଗ୍ରାମର ଆଦର୍ଶ ଶିକ୍ଷକ ତଥା ଶିକ୍ଷାବିତ୍ ରଘୁପତି ମହାପାତ୍ରଙ୍କ ୭୯ ବର୍ଷ ବୟସରେ ସକାଳୁ ୧୦.୪୦ ମିନିଟ ସମୟରେ ଦେହ ତ୍ୟାଗ କରି ପରଲୋକ ଗମନ କରିଛନ୍ତି । ସେ ଜଣେ ପରୋପକାରୀ, ଧର୍ମ ପରାୟଣ, ମେଳାପି ବ୍ୟକ୍ତି ଛାତ୍ରଛାତ୍ରୀମାନଙ୍କୁ ନିଜର ପୁଅ ଝିଅ ଭଲି ସ୍ନେହ କରି ଶିକ୍ଷା ଦାନ କରୁଥିଲେ ଓ ଭଲ ପାଉଥିଲେ । ତାଙ୍କର ବିଯୋଗରେ ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ସେ ରେମଣ୍ଡା ଉଚ୍ଚ ବିଦ୍ୟାଳୟରେ ୩୦ ବର୍ଷ ଓ ଜହ୍ନାପଡା ଉଚ୍ଚ ବିଦ୍ୟାଳୟରେ ୩ ବର୍ଷ ମୋଟ ୩୩ ବର୍ଷ ଶିକ୍ଷା ପ୍ରଦାନ କରିଥିଲେ । ତାଙ୍କର ଆଦର୍ଶରେ ଅନୁପ୍ରାଣିତ ହୋଇ ଛାତ୍ରଛାତ୍ରୀମାନେ ବହୁ ଉଚ୍ଚ ପଦପଦବୀରେ ଅବସ୍ଥାପିତ ହୋଇଛନ୍ତି । ତାଙ୍କର ବିଯୋଗରେ ରେମଣ୍ଡା, ଜହ୍ନାପଡା ତଥା ସମଗ୍ର୍ ଅଂଚଳରେ ଶୋକର ଛାୟା ଖେଳିଯାଇଛି । ତାଙ୍କର ଶେଷ ଦର୍ଶନ କରିବା ପାଇଁ ବହୁ ମାନ୍ୟଗଣ୍ୟ ବ୍ୟକ୍ତି, ବୁଦ୍ଧିଜିବୀ, ଛାତ୍ର ଛାତ୍ରୀ, ଗ୍ରାମବାସୀ ପୁଷ୍ପ ମାଲ୍ୟ ଅର୍ପଣ କରିଥିଲେ । ତାଙ୍କର ଅମର ଆତ୍ମାର ସଦ୍‌ଗତି କାମନା କରିବା ସହିତ ଭଗବାନ ନିକଟରେ ପ୍ରାର୍ଥନା କରିଥିଲେ । ତାଙ୍କ ପଛରେ ୪ ପୁଅ ଅସିତ, ମୋହିତ, ନିଶିତ, ରୋହିତ୍ ଓ ୨ଝିଅ ରିନାରାଣୀ, ମିନାକ୍ଷୀ ଛାଡି ଯାଇଛନ୍ତି । ତାଙ୍କର ପାର୍ଥୀବ ଶରୀରକୁ ଝାଉଁଜୋର ନଦୀର ସ୍ଵର୍ଗଦ୍ଵାର ଠାରେ ଅନ୍ତିମ ସଂସ୍କାର କରାଯାଇଥିଲା । ତାଙ୍କର ବଡ଼ ପୁଅ ଅସିତ ମହାପାତ୍ର ମୁଖାଗ୍ନି ଦେଇଥିଲେ ।

Leave A Reply

Your email address will not be published.