om academy

ରଘୁନାଥପଲ୍ଲୀ ବିଧାନସଭା କ୍ଷେତ୍ର ବୈଠକରେ ମନମୋହନ ସାମଲଙ୍କ କର୍ଣ୍ଣ ମନ୍ତ୍ର

jsm

ରାଉରକେଲା, (ସସ୍ମିତା ପ୍ରଧାନ) : ରଘୁନାଥପଲ୍ଲୀ ବିଧାନସଭା କ୍ଷେତ୍ରରେ ବୈଠକ ସେକ୍ଟର -୨ ସ୍ଥିତ ସେହନାଇ ମଣ୍ଡପଠାରେ ଜିଲ୍ଲା ସଭାନେତ୍ରୀ ଲତିକା ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ମୂଖ୍ୟ ଅତିଥି ଭାବେ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ପ୍ରଦୀପ ପ୍ରଜ୍ୱଳନ ପୂର୍ବକ ଏହି ବୈଠକର ଶୁଭାରମ୍ଭ କରିଥିଲେ । ଜିଲ୍ଲା ସଭାନେତ୍ରୀ ଲତିକା ପଟ୍ଟନାୟକ ସ୍ୱାଗତ ଭାଷଣ ଦେଇଥିଲେ । ସୁନ୍ଦରଗଡ ବିଧାୟିକା କୁସୁମ ଟେଟେ ତାଙ୍କ ବକ୍ତବ୍ୟରେ ରାଜ୍ୟ ସରକାରଙ୍କ ଅପାରଗତା ପାଇଁ ରାଜ୍ୟ ସରକାରଙ୍କୁ କଡା ସମାଲୋଚନା କରିଥିଲେ । ରାଜ୍ୟର ସାଧାରଣ ସଂପାଦିକା ପୂର୍ଣ୍ଣିମା କେରକେଟା ତାଙ୍କ ଭାଷଣରେ ସାଂଗଠାନକୁ ସୁଦୃଢ଼ କରି ଆସନ୍ତା ନିର୍ବାଚନରେ ଆମ ବିଧାୟକ ପ୍ରାର୍ଥୀଙ୍କୁ ଜିତାଇବା ପାଇଁ ଆହ୍ୱାନ ଦେଇଥିଲେ । ରାଜ୍ୟର କାର୍ଯ୍ୟକାରିଣୀ ସଦସ୍ୟ ଜଗବନ୍ଧୁ ବେହେରା ପ୍ରତି ବୁଥକୁ ମଜବୁତ୍ କରିବା ଓ ସବୁ ବୁଥରେ ଆଗରେ ରହିବା ପାଇଁ ପରିଶ୍ରମ କରିବାକୁ କହିଥିଲେ । ରାଜ୍ୟର ସଂପାଦକ ସରୋଜ କର ତାଙ୍କ ବକ୍ତବ୍ୟରେ ସମସ୍ତ କାର୍ଯ୍ୟକ୍ରମକୁ ସଠିକ୍‌ ଭାବରେ କରିବା ପାଇଁ ପରାମର୍ଶ ଦେଇଥିଲେ । ସୁନ୍ଦରଗଡ ସାଂସଦ ତଥା ସାଂସଦୀୟ ପ୍ରତିରକ୍ଷା କମିଟିର ଅଧ୍ୟକ୍ଷ ଜୁଏଲ ଓରାମ ତାଙ୍କ ବକ୍ତବ୍ୟରେ ଆସନ୍ତା ନିର୍ବାଚନରେ ଜିତିବା ପାଇଁ ବଦ୍ଧ ପରିକର ବୋଲି ପ୍ରକାଶ କରିଥିଲେ । ରାଜ୍ୟର ସଭାପତି ଶ୍ରୀ ସାମଲ ତାଙ୍କ ମାର୍ଗ ଦର୍ଶନରେ ଆଗାମୀ ନିର୍ବାଚନରେ ବିଜେପିକୁ ଜିତାଇବାକୁ ସଂକଳ୍ପ କରିବା ସହ ଅଗ୍ରେସିଭ ହେବା ପାଇଁ ପରାମର୍ଶ ଦେଇଥିଲେ । ସେ ମୋଦିଜୀଙ୍କ ସଫଳ କାର୍ଯ୍ୟକୁ ଭୁୟସି ପ୍ରଶଂସା କରିଥିଲେ । କାର୍ଯ୍ୟକର୍ତ୍ତା ମୋଦିଜୀଙ୍କ ଜନହିତ ଯୋଜନାକୁ ଜନତାଙ୍କ ଘରେ ଘରେ ପହଞ୍ଚାଇବା ପାଇଁ ପରାମର୍ଶ ଦେଇଥିଲେ । ବିକ୍ଷୋଭ, ଆନ୍ଦୋଳନ ଆଦି କରି କ୍ରାନ୍ତିକାରୀ ପରିବର୍ତ୍ତନ ଆଣିବାକୁ କର୍ଣ୍ଣ ମନ୍ତ୍ର ଦେଇଥିଲେ । ରାଜ୍ୟ ସରକାର ଦେଇଥିବା ପ୍ରତିଶୃତିକୁ ପାଳନ କରିନଥିବାରୁ ଉଦ୍‌ବେଗ ପ୍ରକାଶ କରିଥିଲେ । ବଟକୃଷ୍ଣ ମିଶ୍ର ସୁନ୍ଦରଗଡ଼ ଜିଲ୍ଲା ସାଂସଦ କ୍ଷେତ୍ର ନିର୍ବାଚନର ସଂଚାଳକ ଓ ଆଶିଷ ଠାକୁର ସୁନ୍ଦରଗଡ ଜିଲ୍ଲାର ବିସ୍ତାରକ ମଧ୍ୟ ମଞ୍ଚାସିନ ଥିଲେ । ଜିଲ୍ଲା ସଂପାଦକ ପରେଶ ମିଶ୍ର ମଞ୍ଚସଂଚାଳନ କରିଥିଲେ । ରାଜ୍ୟ, ଜିଲ୍ଲା, ମଣ୍ଡଳ, ଶକ୍ତିକେନ୍ଦ୍ର, ବୁଥ କମିଟି ଆଦିର କାର୍ଯ୍ୟକର୍ତ୍ତା, ବି.ଏଲ୍ -୨ ଏଜେଣ୍ଟ ଆଦି ଶତାଧିକ କର୍ମୀ ଉପସ୍ଥିତ ଥିଲେ ।

Leave A Reply

Your email address will not be published.