jayashree

ମାର୍ଚ୍ଚ ମାସ ସୁଦ୍ଧା ଆଉ ୧୧ଟି ରାଫେଲ ଯୁଦ୍ଧ ବିମାନ ଭାରତ ଆସିବ : ପ୍ରତିରକ୍ଷା ମନ୍ତ୍ରୀ

ନୂଆଦିିଲ୍ଲୀ : ଭାରତକୁ ମାର୍ଚ୍ଚ ମାସ ସୁଦ୍ଧା ଆଉ ୧୧ଟି ରାଫେଲ ଯୁଦ୍ଧ ବିମାନ ଆସିବା ସହ ୨୦୨୨ ଏପ୍ରିଲ ମାସ ସୁଦ୍ଧା ଦେଶକୁ ଆଉ ୧୭ଟି ରାଫେଲ ଆସିବ ବୋଲି ସୋମବାର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ରାଜ୍ୟସଭାରେ ସୂଚନା ଦେଇଛନ୍ତି । ତେବେ ଭାରତକୁ ପ୍ରଥମ ପର୍ୟ୍ୟାୟରେ ୨୦୨୦ ଜୁଲାଇ ୨୯ରେ ୫ଟି ରାଫେଲ ଜେଟ୍ ଆସିଥିଲା । ଏହାପରେ ଦ୍ୱିତୀୟ ପର୍ୟ୍ୟାୟରେ ନଭେମ୍ବର ୪ରେ ୩ଟି ରାଫେଲ ଆସିଥିବା ବେଳେ ବାୟୁସେନା ଚିଫ ମାର୍ଶଲ ଆର.କେ.ଏସ୍ ଭଦୋରିଆଙ୍କ କହିବା ଅନୁସାରେ, ୨୦୨୩ ସୁଦ୍ଧା ସମସ୍ତ ୩୬ଟି ରାଫେଲ ଜେଟ୍ ଭାରତ ଆସିଯିବ । ଭାରତର ପ୍ରତିରକ୍ଷା କ୍ଷେତ୍ରକୁ ମଜଭୁତ କରିବା ପାଇଁ ପ୍ରାନ୍ସରୁ ମୋଟ୍ ୩୬ଟି ରାଫେଲ ଯୁଦ୍ଧ ବିମାନ ଆଣିବା ପାଇଁ ଭାରତ ଚୁକ୍ତି କରିଥିଲା । ଏହି ଚୁକ୍ତିକୁ ନେଇ ଦେଶରେ ସରକାର ଏବଂ ବିରୋଧୀଙ୍କ ମଧ୍ୟରେ ଅନେକ ବିବାଦ ମଧ୍ୟ ଦେଖା ଦେଇଥିଲା । କିନ୍ତୁ ସବୁ ବାଦ ବିବାଦ ପରେ ୨୦୨୦ରେ ପ୍ରଥମେ ଭାରତ ବାୟୁସୀମାରେ ପ୍ରବେଶ କରିଥିଲା ରାଫେଲ ।

Leave A Reply

Your email address will not be published.