oum

ଆସନ୍ତା ଫେବୃଆରୀ ୧୧ରୁ ୧୩ ତାରିଖ ପର୍ଯ୍ୟନ୍ତ ସାମାଜିକ ସଂଗଠନ ଆଉଟରିଚ୍‌ ପକ୍ଷରୁ ଅନୁଷ୍ଠିତ ହେବାକୁ ଯାଉଛି ନବମ ଆନ୍ତର୍ଜାତୀୟ ରେଡିଓ ମେଳା : ଅନ୍‌ଲାଇନ ପଞ୍ଜିକରଣ ଆରମ୍ଭ

jsm

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଆସନ୍ତା ଫେବୃଆରୀ ୧୧ରୁ ୧୩ ତାରିଖ ପର୍ଯ୍ୟନ୍ତ ସାମାଜିକ ସଂଗଠନ ଆଉଟରିଚ୍‌ ପକ୍ଷରୁ ଅନୁଷ୍ଠିତ ହେବାକୁ ଯାଉଛି ନବମ ଆନ୍ତର୍ଜାତୀୟ ରେଡିଓ ମେଳା । ଭଞ୍ଜକଳା ମଣ୍ଡପରେ ଏହି ମେଳା ଅନୁଷ୍ଠିତ ହେବ । ନୂଆ ପୁରୁଣା ରେଡିଓ ପ୍ରଦର୍ଶନୀ ସହିତ ପ୍ରତିଭାବାନ ଛାତ୍ରଛାତ୍ରୀମାନଙ୍କ ପାଇଁ ମଧ୍ୟ ବଡ ମଞ୍ଚ ପ୍ରସ୍ତୁତ କରୁଛି ଆଉଟ୍‌ରିଚ । ଏହି ରେଡିଓ ମେଳା ଅବସରରେ ସ୍କୁଲ, କଲେଜର ଛାତ୍ରଛାତ୍ରୀମାନଙ୍କ ପାଇଁ ବିଭିନ୍ନ ପ୍ରକାର ପ୍ରତିଯୋଗିତା ଆୟୋଜିତ ହେବ । ଏଥିପାଇଁ ଅନ୍‌ଲାଇନ ପଞ୍ଜିକରଣ ପ୍ରକ୍ରିୟା ଆରମ୍ଭ ହୋଇସାରିଛି । ଛାତ୍ରଛାତ୍ରୀମାନଙ୍କୁ ୩ଟି ବିଭାଗରେ ବିଭକ୍ତ କରାଯାଇଛି । ସେଥିରେ ସବ ଜୁନିୟର(ନର୍ସରୀ- ପଞ୍ଚମ), ଜୁନିୟର(ଷଷ୍ଠ-ଦଶମ) ଏବଂ ସିନିୟର(କଲେଜ ଏବଂ ବିଶ୍ୱବିଦ୍ୟାଳୟ) ରହିଛି । ପ୍ରତିବର୍ଷ ଭଳି ଚଳିତବର୍ଷ ମଧ୍ୟ ଚିତ୍ରାଙ୍କନ, ନାଚ, ଗୀତ, ତର୍କ ଫ୍ୟାଶନ ସହିତ ନ୍ୟୁଜ ରିଡିଙ୍ଗ ଏବଂ ଆରଜେଇଙ୍ଗ ପ୍ରତିଯାଗିତା ଅନୁଷ୍ଠିତ ହେବ । ଏହି ପ୍ରତିଯାଗିତାରେ ପ୍ରତ୍ୟେକ କ୍ଷେତ୍ରରେ ଯୋଗ୍ୟ ବିବେଚିତ ପ୍ରଥମ ତିନି ସ୍ଥାନ ଅଧିକାର କରିଥିବା ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରାଯିବ । ତେବେ ପ୍ରତିଯୋଗିତା ପାଇଁ ପଞ୍ଜିକରଣ ଏବଂ ଏ ସମ୍ପର୍କିତ ଅଧିକ ସୂଚନା ପାଇଁ ୭୬୮୩୮୭୦୮୧୩ ନମ୍ୱରରେ ଯୋଗାଯୋଗ କରିପାରିବେ ।

Leave A Reply

Your email address will not be published.