ରାଧାକୃଷ୍ଣ ମନ୍ଦିରର ସୌନ୍ଦର୍ଯ୍ୟିକରଣ ପାଇଁ ରାଜ୍ୟ ସରକାରଙ୍କ ୫ ଲକ୍ଷ ଟଙ୍କା ଅନୁଦାନ ମଂଜୁର : ସୂଚନା ଦେଲେ ପୌରାଧ୍ୟକ୍ଷା ଲିକା ସାହୁ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସହରର ରାଧାକୃଷ୍ଣ ମନ୍ଦିରର ସୌନ୍ଦର୍ଯ୍ୟିକରଣ ପାଇଁ ରାଜ୍ୟ ସରକାରଙ୍କ ୫ ଲକ୍ଷ ଟଙ୍କା ଅନୁଦାନ ମଂଜୁର କରିଥିବା ସଂପର୍କରେ ସୂଚନା ଦେଇଛନ୍ତି ବଲାଙ୍ଗିର ମ୍ୟୁନିସିପାଲଟି ଚେୟାରମେନ୍‌ ଶ୍ରୀମତୀ ଲିକା ସାହୁ । ବିଜେଡି କର୍ମକର୍ତ୍ତା ଓ ମ୍ୟୁନିସିପାଲଟି କାଉନ୍‌ସିଲର୍‌ଙ୍କ ସହ ମ୍ୟୁନିସିପାଲଟି ଚେୟାରମେନ୍‌ ଶ୍ରୀମତୀ ସାହୁ ମନ୍ଦିରକୁ ପହଂଚି ଏହି ସୂଚନା ଦେଇଛନ୍ତି । ଏଥି ସହିତ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ୫-ଟି ଅଧ୍ୟକ୍ଷ ଭି.କେ.ପାଣ୍ଡିଆନ୍‌ଙ୍କୁ ସେ ଧନ୍ୟବାଦ ଜଣାଇଛନ୍ତି । ସରକାରଙ୍କ ଅନୁଦାନ ସଂପର୍କରେ ଜାଣିବା ପରେ ପୂଜକ, ଭକ୍ତ ଓ ଶ୍ରଦ୍ଧାଳୁମାନେ ବେଶ୍‌ ଉତ୍ସାହିତ ଥିବା ଦେଖିବାକୁ ମିଳିଛି ।

Leave A Reply

Your email address will not be published.