ନୂଆଦିଲ୍ଲୀ : ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ଆଉ ହାତ ଗଣତି ଦିନ ବାକି ରହିଛି । ଆସନ୍ତାକାଲି ନାମାଙ୍କନ ଭରିବା ଶେଷ ତାରିଖ ରହିଛି । ଆଜି ନାମାଙ୍କନ ଭରିଛନ୍ତି ଏନ୍ଡିଏ ପ୍ରାର୍ଥୀ ସି.ପି ରାଧାକ୍ରିଷ୍ଣନ୍ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମୁଖ୍ୟ ପ୍ରସ୍ତାବତ ହୋଇଛନ୍ତି । ଏନ୍ଡିଏ ନେତାଙ୍କ ଉପସ୍ଥିତିରେ ନାମାଙ୍କନ ଭରିଛନ୍ତି ସିପି ରାଧାକ୍ରିଷ୍ଣନ୍ । ଆସନ୍ତାକାଲି (ଗୁରୁବାର) ନାମାଙ୍କନ ଭରିବେ ବିରୋଧୀ ପ୍ରାର୍ଥୀ ବି. ସୁଦର୍ଶନ ରେଡ୍ଡୀ ।
