ରାଜ୍ୟସ୍ତରୀୟ ରାଙ୍କିଂ ରୋଲର ସ୍କେଟିଂ ରେସିଂ ପ୍ରତିଯୋଗିତା ଆରମ୍ଭ

କଣ୍ଟାବାଞ୍ଜି, (ଜୁଗଳ କିଶୋର ଶବର) : ଲକ୍ଷ୍ମୀ ଟେକନୋ ବିକାଶ ସ୍କୁଲ କଣ୍ଟାବାଞ୍ଜିରେ ରାଜ୍ୟସ୍ତରୀୟ ରାଙ୍କିଂ ରୋଲର୍‌ ସ୍କେଟିଂ ରେସିଂ ପ୍ରତିଯୋଗିତା ଆରମ୍ଭ । ଅଗଷ୍ଟ ୧୭ ରୁ ୧୮ ତାରିଖ ଦୁଇ ଦିନ ଧରି ଏହି ପ୍ରତିଯୋଗିତା ଚାଲିବ । ୯ଟି ଜିଲ୍ଲାର ପ୍ରତିଯୋଗୀମାନେ ଏହି ପ୍ରତିଯୋଗିତାରେ ଭାଗ ନେଇଛନ୍ତି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଏନ୍ ଏ ସି ଅଧ୍ୟକ୍ଷ ବରିଆମ୍ ସିଂ ସାଲୁଜା,ଉପ ସଭାପତି ଓଡ଼ିଶା ସ୍କେଟିଂ ଫେଡରେଶନ ବ୍ରିଜେଶ ମିତ୍ତଲ, ବିକାଶ ଗ୍ରୁପ ଅଫ ସ୍କୁଲର ଅଧ୍ୟକ୍ଷ ଡି.ନାଗେଶ୍ଵର ରାଓ, କୋଚ ରାକେଶ ଶର୍ମା, ଅରୁଣ ଆର୍ୟା, ଶ୍ୟାମ ଦେଶରି, ରାମ ଦେଶରୀ , ପ୍ରିନ୍ସିପାଲ ବିଶ୍ୱରଂଜନ ରାୟ, ଜିଲ୍ଲା ସଭାପତି ସ୍କେଟିଂ ସୁଶିଲ ଶର୍ମା ପ୍ରମୁଖ ଉପସ୍ଥିତ ଥିଲେ । କାର୍ଯ୍ୟକ୍ରମ ଆରମ୍ଭରୁ ଛାତ୍ରଛାତ୍ରୀମାନେ ବିଭିନ୍ନ ପ୍ରକାରର ନୃତ୍ୟ ଗୀତ ପରିବେଷଣ କରିଥିଲେ ।

Leave A Reply

Your email address will not be published.