jayashree

ମାସିକ ରଚନା ସନ୍ଧ୍ୟା

  • ଯୁବସମାଜ ପାଇଁ ଉପଯୁକ୍ତ ମାର୍ଗଦର୍ଶନ ଆବଶ୍ୟକ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଯୁବସମାଜ ସମ୍ମୁଖରେ ଆଗରୁ ବି ଆହ୍ୱାନ ଥିଲା, ଏବେ ବି ଅଛି ଓ ଆଗକୁ ବି ରହିବ । କେବଳ ସୁଦୃଢ ଆତ୍ମବିଶ୍ୱାସ ଓ କଠିନ ପରିଶ୍ରମ ବଳରେ ସେମାନେ ନିଜର ସୁନ୍ଦର ଭବିଷ୍ୟତ ଗଠନ କରିପାରିବେ । ଏଥି ପାଇଁ ଉପଯୁକ୍ତ ଶୈକ୍ଷିକ ବାତାବରଣ ଓ ଅଭିଭାବକୀୟ ମାର୍ଗଦର୍ଶନର ମଧ୍ୟ ଆବଶ୍ୟକତା ରହିଛି । ବଲାଙ୍ଗିରର ଅଗ୍ରଣୀ ସାହିତ୍ୟ, ସାଂସ୍କୃତିକ ଓ ସାମାଜିକ ଅନୁଷ୍ଠାନ ‘ରଚନା’ ତରଫରୁ ଆୟୋଜିତ ମାସିକ ରଚନା ସନ୍ଧ୍ୟାରେ ଏହି ମତ ପ୍ରକାଶ ପାଇଛି । ‘ଯୁବପିଢ଼ି ସମ୍ମୁଖରେ ଆହ୍ୱାନ’ ଶୀର୍ଷକ ଆଲୋଚନାଚକ୍ରରେ ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟର ଛାତ୍ର ତ୍ରିଲୋଚନ ଦଳବେହେରା, ଅଧ୍ୟାପିକା ସୌମ୍ୟା ମଧୁପର୍ଣ୍ଣା ତ୍ରିପାଠୀ, ଅଧ୍ୟାପିକା ଏଲୋରା ମିଶ୍ର, ଓ ବରିଷ୍ଠ ସାମ୍ବାଦିକ ମନରଞ୍ଜନ ଯୋଶୀ ଆଲୋଚକ ଭାବରେ ଯୋଗ ଦେଇ ଯୁବପିଢି ପାଇଁ ବିପୁଳ ସମ୍ଭାବନା ରହିଛି ବୋଲି ମତ ରଖିଥିଲେ । ସେମାନେ କେବଳ ପାଠ୍ୟପୁସ୍ତକରେ ସୀମିତ ନ ରହି ଅନ୍ୟାନ୍ୟ ବହି ପଢି ଜ୍ଞାନ ଆହରଣ କରିବା ସହିତ ସବୁ ସମସ୍ୟାକୁ ସାମ୍ନା କରିବାର ସାହସ ରଖିବା ଉଚିତ । ଅଶୋକ କୁମାର ମିଶ୍ର, ଭବାନୀ ଶଙ୍କର ପଟେଲ ଓ ପ୍ରଦୀପ କୁମାର ମିଶ୍ର ଆଲୋଚନାରେ ଅଂଶଗ୍ରହଣ କରି ନିଜ ନିଜ ଅଭିବ୍ୟକ୍ତି ପ୍ରକାଶ କରିଥିଲେ । ସଭା ପରିଚାଳନା ଓ ଧନ୍ୟବାଦ ଅର୍ପଣ କରିଥିଲେ କବି ରତ୍ନମୟ ତ୍ରିପାଠୀ । ଏହି ସଭାରେ ‘ରଚନା’ର ସଭାପତି ସନାତନ ଠାକୁର ଓ ସଦସ୍ୟ ସଦସ୍ୟାଙ୍କ ସହିତ ବହୁ ବୁଦ୍ଧିଜୀବୀ, ସାହିତ୍ୟିକ, ସ୍ଥାନୀୟ ସ୍ୱେଚ୍ଛାସେବୀ ସଂଗଠନର କର୍ମକର୍ତ୍ତା ଓ ଅନେକ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ ।

Leave A Reply

Your email address will not be published.