ସିନାପାଲି : ନୂଆପଡ଼ା ଜିଲ୍ଲା ସିନାପାଲି ସହରର ରତାଘଣ୍ଡି ପଡିଆରେ ସାମୁହିକ ଭାବେ ରାବଣ ପୋଡି ଅନୁଷ୍ଠିତ ହୋଇଯାଇଛି । ଏହି ରାବଣ ପୋଡି ସିନାପାଲିର ପ୍ରତ୍ୟେକ ପୂଜା କମିଟି ଯଥା ରାବଣ ପୋଡି କମିଟି, ଜଗନ୍ନାଥ ଛକ ଦୁର୍ଗା ପୂଜା କମିଟି, ନେହେରୁ ମଣ୍ଡପ ଦୁର୍ଗାପୂଜା କମିଟି, ଶ୍ରୀରାମ ପୂଜା କମିଟି, ହନୁମାନ ପୂଜା କମିଟି, କାପସୀ, ଯୁଗେନପଦର ଓ ସିନାପାଲି ସହର ତଥା ଆଖପାଖ ସମସ୍ତଙ୍କ ମିଳିତ ସହଯୋଗରେ ଏହି ରାବଣ ପୋଡି ଆୟୋଜନ ସଫଳ ହୋଇଛି । ପ୍ରବଳ ବର୍ଷା ସତ୍ୱେ ହଜାର ହଜାର ଦର୍ଶକଙ୍କ ସମାଗମ ହୋଇଥିଲା । ଏହି ରାବଣ ପୋଡି କମିଟିରେ ସଭାପତି ଭାବରେ ପିୟୁଷ ପଟେଲ ରହିଥିବା ବେଳେ ଉପସଭାପତି ଭାବରେ ଗଣେଶରାମ ମେହେର, ସାନୁର୍ଯ୍ୟ ମେହେର, ପ୍ରମୋଦ ମେହେର ଓ ନବ ମେହେର ରହିଥିଲେ । ସମ୍ପାଦକ ଭାବରେ ଚିତ୍ତରଞ୍ଜନ ମେହେର ରହିଥିବା ବେଳେ ସହ ସମ୍ପାଦକ ଭାବରେ ଜିତୁ ମେହେର, ସଜତ ଯୋଶୀ, ଡମ୍ବରୁଧର ମେହେର ଓ ପିଙ୍କୁ ମେହେର କାର୍ଯ୍ୟ ତୁଲାଇ ଥିଲେ । କୋଷାଧକ୍ଷ ଭାବରେ ଅରୁଣ ମେହେର ରହିଥିଲେ । ସିନାପାଲିରେ ପ୍ରଥମ ଥର ରାବଣ ପୋଡି ହେବା ସତ୍ୱେ ମଧ୍ୟ ପ୍ରବଳ ଜନସମାଗମ ଯୋଗୁ ପୋଲିସ ମୁତୟନ କରାଯାଇଥିଲା । ନରସିଂହ ମେହେର ୪୦ ଫୁଟ ଉଚ୍ଚ ରାବଣକୁ ତିଆରି କରିଥିବା ଯୋଗୁଁ ତାଙ୍କୁ ପ୍ରଶଂସା ପତ୍ର ପ୍ରଦାନ କରାଯାଇଥିଲା । ସିନାପାଲି ସହରର ପାରମ୍ପରିକ ନୃତ୍ୟ ଦଳ ମାନେ ମଧ୍ୟ ଅଂଶଗ୍ରହଣ କରି ରାବଣପୋଡି କାର୍ଯ୍ୟକ୍ରମରେ ମୁଖ୍ୟ ଆକର୍ଷଣ ସାଜିଥିଲେ । ଏଥିରେ ସିନାପାଲି ସହରର ପ୍ରତ୍ୟେକ ପୂଜା କମିଟିର ସଦସ୍ୟ ମାନେ ସହଯୋଗ କରିଥିଲେ ।
Next Post