ତୁରେକେଲା କ୍ଳଷ୍ଟରସ୍ତରୀୟ ମିଲେଟ କୁଇଜ ଅନୁଷ୍ଠିତ

ତୁରେକେଲା, (କୈଲାଶ ସଗ୍ରିଆ) : ବଲାଙ୍ଗିର ଜିଲ୍ଲା ତୁରେକେଲା ବ୍ଲକ ଅନ୍ତର୍ଗତ ୦୩/୧୧/୨୩ ତୁରେକେଲା କ୍ଳଷ୍ଟରସ୍ତରୀୟ ମିଲେଟ କୁଇଜ ପ୍ରତିଯୋଗିତା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଅନୁଷ୍ଠିତ ହୋଇଥିଲା ।ବିଦ୍ୟାଳୟସ୍ତରୀୟ ପ୍ରତିଯୋଗିତାରେ ଆୟୁଷ୍ମାନ ବେହେରା, ଯଶୋବନ୍ତ ମେହେର, ଉର୍ମିଳା ମାଝୀ, ପୂର୍ବଦୋୟ ଧରୁଆ ପ୍ରଥମ ସ୍ଥାନ ଅଧିକାର କରିଥିଲେ । ସେମାନେ କ୍ଳଷ୍ଟରସ୍ତରୀୟ କାର୍ୟ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ । ତା’ପରେ ତୁରେକେଲା କ୍ଳଷ୍ଟର ସଂଯୋଜକ ବିରଂଚି ନାରାୟଣ ଦାଶଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଗୋଷ୍ଠୀ ସହଶିକ୍ଷା ଅଧିକାରୀ ଫକୀର ଚରଣ ବିଶି ମୁଖ୍ୟ ଅତିଥି ଭାବରେ ଯୋଗଦେଇ କୃତି ଛାତ୍ରଛାତ୍ରୀମାନଙ୍କୁ ପୁରସ୍କାର ପ୍ରଦାନ କରିଥିଲେ । କ୍ଳଷ୍ଟର ସ୍ତରରେ ଲର୍କି ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଛାତ୍ର ରିତିକ ବାଗ ପ୍ରଥମ ସ୍ଥାନ ଅଧିକାର କରିଥିବାରୁ ତାଙ୍କୁ ବ୍ଳକ ସ୍ତର ପ୍ରତିଯୋଗିତାରେ ଅଂଶଗ୍ରହଣ କରିବାକୁ ମନୋନୀତ କରାଯାଇଛି । ଏହି କାର୍ଯ୍ୟକ୍ରମରେ ଶିକ୍ଷକ ରାଜୀବ ଦାସ, ରବୀନ୍ଦ୍ର ରଥ, ସୂର୍ଯ୍ୟରାମ ମାଝୀ, ସୁଦୀପ୍ତା ଜେନା ଓ ସୂର୍ଯ୍ୟମଣି ସେଠ ସହଯୋଗ କରିଥିଲେ ।

Leave A Reply

Your email address will not be published.