oom

ବ୍ଲକସ୍ତରୀୟ କୁଇଜ ପ୍ରତିଯୋଗିତା ଅନୁଷ୍ଠିତ

jsmm

କଳାହାଣ୍ଡି, ( ଶୁଭେନ୍ଦୁ କୁମାର ପଣ୍ଡା ) : କଳାହାଣ୍ଡି ଜିଲ୍ଲା କଲମପୁର ଦୁର୍ଗାମାଧବ ଉଚ୍ଚ ବିଦ୍ୟାଳୟ ପରିସରରେ ମଙ୍ଗଳବାର ରାଷ୍ଟ୍ରୀୟ ଆବିଷ୍କାର ଅଭିଯାନ ଅନ୍ତର୍ଗତ ବ୍ଲକସ୍ତରୀୟ କୁଇଜ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଗୋଷ୍ଠୀ ସାଧନ କେନ୍ଦ୍ର ସଂଯୋଜକ ହେମନ୍ତ କୁମାର ପଣ୍ଡା ଉଦ୍‌ଘାଟନୀ ସମାରୋହରେ ମୁଖ୍ୟ ଅତିଥିଭାବେ ଯୋଗଦେଇ ଏହି ପ୍ରତିଯୋଗିତାକୁ ଅନୁଷ୍ଠାନିକ ଭାବେ ଉଦ୍‌ଘାଟନ କରିଥିଲେ । ବ୍ଲକ ଅନ୍ତର୍ଗତ ବିଭିନ୍ନ ବିଦ୍ୟାଳୟର ୧୪୦ ଜଣ ପ୍ରତିଯୋଗୀ ଏଥିରେ ଅଂଶ ଗ୍ରହଣ କରିଥିଲେ । ସେମାନଙ୍କ ମଧ୍ୟରୁ ବରିଷ୍ଠ ବିଭାଗରେ ବିଜମରା ଉଚ୍ଚବିଦ୍ୟାଳୟର ମମତା ହଂସ ପ୍ରଥମ, ମଣ୍ଡଳ ଉଚ୍ଚ ବିଦ୍ୟାଳୟର ବିପୁଳ ବିହାରୀ ଦ୍ଵିତୀୟ, କୋଟାଗାଁ ଉଚ୍ଚ ବିଦ୍ୟାଳୟର ଶିଶିର ପାଲ ତୃତୀୟ । କନିଷ୍ଠ ବିଭାଗରେ ମୋହନ ଚରଣ ନାଏକ ପ୍ରଥମ, ଚିତ୍ତରଞ୍ଜନ ପଲେଇ ଦ୍ଵିତୀୟ, ମିତା ବେହେରୁକ ତୃତୀୟ । ସର୍ବ କନିଷ୍ଠ ବିଭାଗରେ ନରେଶ ସୁନାନୀ ପ୍ରଥମ, ଓଜସ୍ୱିନୀ ଧଙ୍ଗଡ଼ା ମାଝୀ ଦ୍ଵିତୀୟ ଏବଂ ସୌମ୍ୟ ରଞ୍ଜନ ନିଆଲ ତୃତୀୟ ସ୍ଥାନ ଅଧିକାର କରି କୃତିତ୍ୱ ଲାଭ କରିଛନ୍ତି । ଏହି ଅବସରରେ ବିଦ୍ୟାଳୟ ପରିଚାଳନା ସମିତି ସଭାପତି ଶୁଭେନ୍ଦୁ କୁମାର ପଣ୍ଡାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉଦ୍‌ଯାପନୀ ସମାରୋହରେ ଗୋଷ୍ଠୀ ଶିକ୍ଷା ଅଧିକାରୀ ମଧୁସ୍ମିତା ନାଏକ ମୁଖ୍ୟ ଅତିଥି, ଏ.ଏସ.ଆଇ ଶେଖର ଜେନା, ପ୍ରଧାନ ଶିକ୍ଷକ ଅଶ୍ୱିନ କୁମାର ମୁଣ୍ଡ, ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶୁଶାନ୍ତ ଖମାରି, ଶୁଶିଲ ମୁଣ୍ଡ ସମ୍ମାନୀୟ ଅତିଥି ଭାବେ ଯୋଗଦେଇ ଉପସ୍ଥିତ ଛାତ୍ର ପ୍ରତିଯୋଗୀମାନଙ୍କୁ ମାର୍ଗଦର୍ଶନ ଦେଇଥିଲେ । କୃତୀ ପ୍ରତିଯୋଗୀମାନଙ୍କୁ ଅତିଥି ଏବଂ ଗଣ ମାଧ୍ୟମ ପ୍ରତିନିଧିମାନେ ପୁରସ୍କୃତ କରିଥିଲେ । ଗୋଷ୍ଠୀ ସାଧନ କେନ୍ଦ୍ର ସଂଯୋଜକ ହେମନ୍ତ କୁମାର ପଣ୍ଡା ଧନ୍ୟବାଦ ଅର୍ପଣ କରିଥିବାବେଳେ ପ୍ରଧାନ ଶିକ୍ଷକ ମନ୍ମଥ ମିଶ୍ର ମଞ୍ଚ ପରିଚାଳନା କରିଥିଲେ । ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ଏବଂ ଶିକ୍ଷକମାନେ ଏହି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ।

jittmm
Leave A Reply

Your email address will not be published.