ଧନକଉଡ଼ା ବ୍ଲକସ୍ତରୀୟ ଆନ୍ତଃବିଦ୍ୟାଳୟ କୁଇଜ ପ୍ରତିଯୋଗିତା

ସମ୍ବଲପୁର, (ନିରୋଜ କୁମାର ପାଣୀ) : ଚନ୍ଦ୍ରଶେଖର ବେହେରା ଜିଲ୍ଲା ସ୍କୁଲ ଠାରେ ରାଷ୍ଟ୍ରୀୟ ଆବିଷ୍କାର ଅଭିଯାନ ୨୦୨୪ -୨୫ ଆନୁକୂଲ୍ୟରେ ଧନକଉଡ଼ା ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟ ଦ୍ୱାରା ହାଇସ୍କୁଲ ସ୍ତରୀୟ ଆନ୍ତଃବିଦ୍ୟାଳୟ କୁଇଜ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଉଦ୍ଘାଟନୀ ଉତ୍ସବରେ ବରିଷ୍ଠ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀମତୀ ସେବାଶ୍ରୀ ଭୋଇ ମୁଖ୍ୟ ଅତିଥି ଓ ଜିଲ୍ଲା ସ୍କୁଲର ପ୍ରଧାନ ଶିକ୍ଷକ ଶ୍ରୀମତୀ ଲୋକିତା ଦାଶ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । ଏବିଇଓ ରମେଶ ମିଶ୍ର ଓ ସୁସ୍ମିତା ପଟ୍ଟଯୋଶୀ ଅନ୍ୟ ଅତିଥି ଭାବେ ମଂଚାସୀନ ଥିଲେ । ଧନକଉଡ଼ା ବ୍ଲକର ବିଭିନ୍ନ ଉଚ୍ଚ ବିଦ୍ୟାଳୟରୁ ୮୦ଜଣ ଛାତ୍ରଛାତ୍ରୀ ଅଂଶ ଗ୍ରହଣ କରିଥିଲେ । ଉଦଯାପନୀ ଉତ୍ସବ ରେ ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀ ମତୀ ମୀନାରାଣୀ ମଙ୍ଗଲ ଉପସ୍ଥିତ ରହି ପ୍ରତିଯୋଗୀ ମାନଙ୍କୁ ଯୁଗୋପଯୋଗୀ ହେବା ସହ ସୁସ୍ଥ ସମାଜ ଗଠନ ଦିଗରେ ସର୍ବଦା ପ୍ରୟାସ ଓ ସାଧାନା ଜାରି ରଖିବା ପାଇଁ ଉତ୍ସାହିତ କରିଥିଲେ । ଏହି ପ୍ରତିଯୋଗିତାରେ ଲେଡି ଲୁଇସ ବାଳିକା ଉଚ୍ଚ ବିଦ୍ୟାଳୟର ଛାତ୍ରୀ ଅର୍ପିତା ପ୍ରଧାନ ପ୍ରଥମ, ହୀରାକୁଦ ବାଳିକା ଉଚ୍ଚ ବିଦ୍ୟାଳୟର ଛାତ୍ରୀ କରିଶ୍ମା ପ୍ରଧାନ ଦ୍ଵିତୀୟ ଓ ଅମ୍ରିତ ଜେନା ତୃତୀୟ ସ୍ଥାନ ଅଧିକାର କରିଥିଲେ । ଅଖିଳ ବିଶ୍ୱାଳ ଓ ରମେଶ କୁମାର ମିର୍ଧା ବିଚାରକ ଦାୟିତ୍ୱ ତୁଲାଇଥିଲେ । ଜିଲ୍ଲା ସ୍କୁଲର ଛାତ୍ରୀମାନଙ୍କର ଦ୍ୱାରା ପାରିବେଷିତ ସାଂସ୍କୃତିକ କାର୍ଯ୍ୟକ୍ରମ ଅତ୍ୟନ୍ତ ଚିତ୍ତାକର୍ଷକ ହୋଇଥିଲା । ଅସୀମ ପ୍ରଧାନ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । କାର୍ଯ୍ୟକ୍ରମକୁ ସଫଳ କରିବାରେ ସମସ୍ତେ ସିଆରସିସି ସହାୟତା କରିଥିଲେ । ରମେଶ ମିଶ୍ର ଅନୁଷ୍ଠାନିକ ଭାବରେ ଧନ୍ୟବାଦ ପ୍ରଦାନ କରିଥିଲେ ।

Leave A Reply

Your email address will not be published.