
ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ସ୍ଥାନୀୟ ସମଲେଶ୍ୱରୀ ମନ୍ଦିରଠାରେ ନଟରାଜ କଳାପରିଷଦ ସୋମବାର ଦିନ ମାଁ ସମଲେଇଙ୍କ ଠାରେ ପୂଜାର୍ଚ୍ଚନା କରି ଗତ ଚଳିତ ବର୍ଷ ନାଟକ ପ୍ରସ୍ତୁତି ପାଇଁ ୬ ଗୋଟି ଉନ୍ମୋଚିତ ହୋଇଯାଇଛି । ଏହି ବହି ଗୁଡିକ ଆଗାମୀ ଦିନରେ ନାଟକରେ ମଂଚସିତ ହେବ । ୬ ଗୋଟି ବହିର ନାମ “ବା”, “ତ୍ରିଶଙ୍କୁ”, “ଯାଦୁବାଲା”, “ଜମିଦାର”, “ଭୁଲତା”, “ପାରଶମଣି” । ଏହି ସବୁ ବହିର ନାଟକ ମଂଚସିନ କରିବା ପାଇଁ ଅଭିନୟ ନାଟକ ହେବ ବୋଲି ସୂଚନା ଦିଆଯାଇଥିଲା । ନଟରାଜ କଳା ପରିଷଦର ୨୫ ବର୍ଷ ପୁର୍ତ୍ତି ଅବସରରେ ଆଜି ବିଭିନ୍ନ କଳାକାର ସାମିଲ ଥିଲେ । କଳାକାରଙ୍କ ଉପସ୍ଥିତିରେ ଚଳିତ ବର୍ଷରେ ନାଟକମାନେ ଉଚ୍ଚ କୋଟିର କିପରି ହେବ ତାହା ପାଇଁ ବିଶେଷ ଆଲୋଚନା ହୋଇଥିଲା । ଟ୍ରିନିଟି ୩/୨ ଡ୍ରିମ ଫେଷ୍ଟିଭାଲ ହେବା ପାଇଁ ସ୍ଥିରୀକୃତ ହୋଇଛି । ଛଅ ଗୋଟି ନାଟକକୁ ପ୍ରହଲ୍ଲାଦ ଦର୍ଜି, ରାମ ଦାସ ଓ ସତ୍ୟବ୍ରତ ଆଚାର୍ଯ୍ୟ ନିର୍ଦ୍ଦେଶନା ଦେବା ପାଇଁ ସ୍ଥିର କରାଯାଇଛି ।