oom

ପୁସ୍ତକ ମେଳାର ଅଷ୍ଟମ ସଂଧ୍ୟା

jsmm

ରାଉରକେଲା, (ସସ୍ମିତା ପ୍ରଧାନ) : ଆଦର୍ଶ ପାଠାଗାର ଆୟୋଜିତ ୨୮ତମ ପୁସ୍ତକ ମେଳାର ଅଷ୍ଟମ ଦିନ ଇସ୍ପାତ ସାହିତ୍ୟ ସଂସଦ ତରଫରୁ ସାହିତ୍ୟ ସଭା ଓ ପୁସ୍ତକ ଅନାବରଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ସଂସଦର ସଭାପତି ବ୍ରଜେନ୍ଦ୍ର ଦାଶଙ୍କ ସଭାପତିତ୍ୱ ଓ ସାଧାରଣ ସଂପାଦକ ନୃସିଂହ ଚରଣ ବିଶ୍ବାଳଙ୍କ ଆବାହକତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସାମାଜିକ କର୍ମୀ ପଶୁପତିନାଥ ଚାଟାର୍ଜୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଲେଖକ ଓ ପାଠକ ସଂପର୍କରେ ଆଲୋଚନା କରିବା ସହ ଲେଖକଙ୍କ ସର୍ଜନା ଯଦି ପାଠକକୁ ଆକର୍ଷିତ କରିପାରିବ ତେବେ ପୁସ୍ତକ ବିକ୍ରୀ ବୃଦ୍ଧି ହେବ । ଏଥିପାଇଁ କବି ଓ ସାହିତ୍ୟିକମାନଙ୍କର ଭୂମିକା ଗୁରୁତ୍ୱପୂର୍ଣ୍ଣ ବୋଲି ଶ୍ରୀ ଚାଟାର୍ଜୀ ମତ ରଖିଥିଲେ । ଏହି ଅବସରରେ ସୁସ୍ମିତା ମହାପାତ୍ରଙ୍କ ପୁସ୍ତକ ‘ଅନାବରଣ’କୁ ଉନ୍ମୋଚନ କରାଯାଇଥିଲା । ମୋନାଲିସା ମିଶ୍ର ପୁସ୍ତକକୁ ସମୀକ୍ଷା କରିଥିବା ବେଳେ ଉପସଭାପତି ରଶ୍ମିବାଳା ରାଉତରାୟ ଧନ୍ୟବାଦ ଅର୍ପଣ କରିଥିଲେ । ଦ୍ୱିତୀୟ ପର୍ଯ୍ୟାୟ କବିତା ପାଠୋତ୍ସବରେ ତାରିଣୀ ଚରଣ ସାହୁ ସଭାପତିତ୍ୱ କରିଥିବା ବେଳେ ମଞ୍ଜୁଳା ରଥ, କବି କନକଲତା ମିଶ୍ର ତଥା ଶିବପ୍ରସାଦ ବେହେରାଙ୍କ ମଂଚ ସଂଯୋଜନାରେ ସହରର ବହୁ କବିଙ୍କ ସ୍ୱରଚିତ କବିତା ପାଠ କରିଥିଲେ । ବିଶିଷ୍ଟ ବ୍ୟକ୍ତିଙ୍କ ମଧ୍ୟରେ ଜଳଧର ପ୍ରଧାନ, ହରମୋହନ ମିଶ୍ର, ପ୍ରଶାନ୍ତ କୁମାର ପତି, ବିଷ୍ଣୁ ମହାନ୍ତି, ଚନ୍ଦ୍ରମଣୀ ଭୂୟାଁ, ନିତ୍ୟାନନ୍ଦ ନାୟକ ପ୍ରମୁଖ ଉପସ୍ଥିତ ଥିବା ବେଳେ ଗୌତମ ଦାସ, ଉପେନ୍ଦ୍ର ବସ୍ତିଆ, ରଙ୍କନିଧି ସେଠୀ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

jittmm
Leave A Reply

Your email address will not be published.