centurian jitm

୨୮ତମ ପୁସ୍ତକ ମେଳା ଆସନ୍ତା ଫେବୃଆରୀ ୧ରେ

nschool

ରାଉରକେଲା, (ସସ୍ମିତା ପ୍ରଧାନ) : ଆଦର୍ଶ ପାଠାଗାର ପକ୍ଷରୁ ଆୟୋଜିତ ହେବାକୁ ଥିବା ୨୮ତମ ପୁସ୍ତକ ମେଳା ଆସନ୍ତା ଫେବୃଆରୀ ୧ ତାରିଖରୁ ୧୦ ତାରିଖ ପର୍ଯ୍ୟନ୍ତ ଭଞ୍ଜଭବନ ପଡିଆ ଠାରେ ଅନୁଷ୍ଠିତ ହେବ ବୋଲି ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ କୁହାଯାଇଛି । ପାଠାଗାରର ଉପଦେଷ୍ଟା ଅଭୟ କୁମାର ଦାସଙ୍କ ସଭାପତିତ୍ୱ ଓ ସାଧାରଣ ସଂପାଦକ ସୁକାନ୍ତ ଚନ୍ଦ୍ର ଖୁଣ୍ଟିଆଙ୍କ ଆବାହକତ୍ୱରେ ଆୟୋଜିତ ଏହି ସାମ୍ବାଦିକ ସମ୍ମିଳନୀରେ କୁହାଯାଇଛି ଯେ, ୧୯୫୮ରୁ ପ୍ରତିଷ୍ଠିତ ଏହି ପାଠାଗାର ଭାଷା ସାହିତ୍ୟ, ସଂସ୍କୃତି ପ୍ରତି ପ୍ରତିବଦ୍ଧତା ରଖିବା ସହ ବିଭିନ୍ନ କାର୍ଯ୍ୟକ୍ରମ କରିଆସୁଛି । ଏହି କ୍ରମରେ ଆସନ୍ତା ୧ତାରିଖ ଦିନ ପାଠାଗାର ତା’ର ୨୮ତମ ପୁସ୍ତକ ମେଳା ଆୟୋଜନ କରିଛି । ଆର୍‌ଏସ୍‌ପିର ଭାରପ୍ରାପ୍ତ ନିର୍ଦ୍ଦେଶକ ଅତନୁ ଭୌମିକ ଉଦ୍‌ଘାଟନ ଦିନ ମୁଖ୍ୟଅତିଥି ଭାବେ ଯୋଗଦେଉଥିବା ବେଳେ ଉଦ୍‌ଯାପନୀ ଉତ୍ସବ ୧୦ତାରିଖରେ ରଘୁନାଥପାଲୀ ବିଧାୟକ ସୁବ୍ରତ ତରାଇ ଯୋଗଦେବେ । ସେହିପରି ୨ତାରିଖରେ ଉତ୍କଳ ଗୀତିକବି ସମାଜ, ୩ ତାରିଖରେ କଲଚରାଲ ଏକାଡ଼େମୀ, ୪ ତାରିଖରେ ସଂଗୀତ ପ୍ରତିଯୋଗିତା, ୫ ତାରିଖରେ ଚିତ୍ରାଙ୍କନ ଓ ଏକକ ନୃତ୍ୟ ପ୍ରତିଯୋଗିତା, ୬ତାରିଖରେ ଓଡିଆ ଭାଷା ବିକାଶ ମଞ୍ଚ, ୭ ତାରିଖରେ ଇସ୍ପାତ ସାହିତ୍ୟ ସଂସଦ, ୮ ତାରିଖରେ ବସୁଧୈବ କୁଟୁମ୍ବକମ ସହ ଗୋପବନ୍ଧୁ ପାଠାଗାର,୯ ତାରିଖରେ ସମ୍ବାଦ ସାହିତ୍ୟ ଘର ପ୍ରମୁଖ ସାହିତ୍ୟ ସଂଧ୍ୟା ଓ ଶେଷଦିନ କୌତୁକିଆ ପୋଷାକ ପ୍ରତିଯୋଗିତା କାର୍ଯ୍ୟକ୍ରମମାନ କରାଯିବ । ସେହିପରି ଚଳିତ ବର୍ଷ ବରିଷ୍ଠ ସାହିତ୍ୟିକ ନିତ୍ୟାନନ୍ଦ ନାୟକଙ୍କୁ ଲକ୍ଷ୍ମୀଧର ନାୟକ ସାରସ୍ବତ ସମ୍ମାନରେ ସମ୍ବର୍ଦ୍ଧିତ କରାଯିବ ବୋଲି ଅନୁଷ୍ଠାନ ତରଫରୁ ସୂଚନା ଦିଆଯାଇଛି । ଅନ୍ୟମାନଙ୍କ ମଧ୍ୟରେ ଉପସଭାପତି ଡା. ବସନ୍ତ କୁମାର ଦାସ, ବାଉରୀବଂଧୁ ସାହୁ, ଡଃ ସନାତନ ପ୍ରଧାନ ଓ ଲୋକ ସଂପର୍କ ଅଧିକାରୀ କୁଞ୍ଜବିହାରୀ ରାଉତ ପ୍ରମୁଖ ମଂଚାସୀନ ଥିବା ବେଳେ ସର୍ବଶ୍ରୀ ଅଶୋକ କୁମାର ବଳ, ବିଜୟ କୁମାର ପାତ୍ର, ଜ୍ୟୋତି ରଂଜନ ମହାପାତ୍ର, ପ୍ରେମାନନ୍ଦ ସାମଲ, ମନୋଜ କୁମାର ପଣ୍ଡା, ଦୀନବନ୍ଧୁ ରଥ, ଟୁକୁଲା ପାଢୀ, ପ୍ରଦୀପ କୁମାର ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ଶେଷରେ ଡଃ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.