jayashree

ଯମୁନା କାନ୍ଧୁଣୀ ବାଳିକା ଉଚ୍ଚ ବିଦ୍ୟାଳୟରେ ସାହିତ୍ୟ ସୃଜନୀ ସମୀକ୍ଷା ପୁସ୍ତକ ମେଳା

ପଦ୍ମପୁର, (ନିରୋଜ କୁମାର ପାଣୀ) : ଆଜି ପାଇକମାଲ ଯମୁନା କାନ୍ଧୁଣୀ ବାଳିକା ଉଚ୍ଚ ବିଦ୍ୟାଳୟଠାରେ ପ୍ରଧାନ ଶିକ୍ଷକଙ୍କ ସଭାପତିତ୍ୱରେ ‘ସାହିତ୍ୟ ସୃଜନୀ ସମୀକ୍ଷା ପୁସ୍ତକ ମେଳା’ ଅନୁଷ୍ଠିତ ହୋଇଯାଇଛି । ଏହି ସାହିତ୍ୟ ସୃଜନୀର ମୂଳ ଉଦ୍ଦେଶ୍ୟ ହେଉଛି ଛାତ୍ରଛାତ୍ରୀମାନଙ୍କ ଅନ୍ତର୍ନିହିତ ଗୁଣାବଳୀକୁ କବିତା, ଗଳ୍ପ, କାହାଣୀ, ମାଧ୍ୟମରେ ପରିପ୍ରକାଶ କରି ସମୀକ୍ଷା କରିବା । ଛାତ୍ରୀମାନଙ୍କ ଦ୍ୱାରା ୪ଟି କ୍ଲବରୁ ୯୩ଟି ପୁସ୍ତକ ୩୧ଟି ପ୍ରକଳ୍ପ ତିଆରି କରି ପ୍ରଦର୍ଶନ କରାଯାଥିଲା । ଏହି ଉତ୍ସବର କବିତା, ଗଳ୍ପ ପଠନ ସଭାରେ ଶିକ୍ଷା ବିଭାଗ ପକ୍ଷରୁ ଚୂଡ଼ାମଣି ବାରିକ, ବ୍ଲକ ଶିକ୍ଷା ଅଧିକାରୀ, ପାଇକମାଳ, ଯୋଗ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ବିଦ୍ୟାଳୟର ପ୍ରତିଷ୍ଠାତା ସଭ୍ୟ ତଥା ପଦ୍ମପୁର ପୂର୍ବତନ ବିଧାୟକ ପ୍ରଦୀପ ପୁରୋହିତ, ବିଦ୍ୟାଳୟର ସଭାପତି ଉପେନ୍ଦ୍ର ପ୍ରଧାନ, କମିଟି ସଭ୍ୟ ଧୀରେନ୍ଦ୍ର ମହାନ୍ତି, ଅଭିଭାବକ ଯୋଗେନ୍ଦ୍ର ଭୋଇ ଯୋଗ ଦେଇଥିଲେ । ଛାତ୍ରୀମାନଙ୍କୁ ସାହିତ୍ୟ ସୃଜନୀ ସମୀକ୍ଷା ଉପରେ ଦିଗଦର୍ଶନ ଦେଇଥିଲେ କବି ମନରଞ୍ଜନ ସାହୁ, ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ, ସିମେଣ୍ଟ ନଗର ଏବଂ ମନୀଷା ତ୍ରିପାଠୀ, ପାଇକମାଳ । ଅନିମା ରାଉତ କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ଜ୍ଞାପନ କରିଥିବା ବେଳେ ସେବକ ସେଠ ସଭା ପରିଚାଳନା କରିଥିଲେ । ଶେଷରେ ଛାତ୍ରୀମାନଙ୍କୁ ପୁରସ୍କାର ବଣ୍ଟନ କରାଯାଇଥିଲା ।

Leave A Reply

Your email address will not be published.