ରାଉରକେଲା ୨୯ତମ ପୁସ୍ତକ ମେଳା ଆସନ୍ତା ଫେବୃୟାରୀ ୨ରୁ ୧୧ ପର୍ଯ୍ୟନ୍ତ

ରାଉରକେଲା, (ସସ୍ମିତା ପ୍ରଧାନ) : ଆଦର୍ଶ ପାଠାଗାର ଆୟୋଜିତ ୨୯ତମ ରାଉରକେଲା ପୁସ୍ତକ ମେଳା ଆସନ୍ତା ଫେବୃୟାରୀ ମାସ ୨ ତାରିଖରୁ ୧୧ ତାରିଖ ପର୍ଯ୍ୟନ୍ତ ଭଞ୍ଜଭବନ ପରିସରରେ ଅନୁଷ୍ଠିତ ହେବାକୁ ଯାଉଛି । ଏହି ପୁସ୍ତକ ମେଳାରେ ଓଡ଼ିଶାର ସମସ୍ତ ପୁସ୍ତକ ପ୍ରକାଶନ ଓ ବିକ୍ରେତାମାନଙ୍କୁ ଯୋଗଦେବାକୁ ଆଦର୍ଶ ପାଠାଗାର ଓ ଭଞ୍ଜ ସାଂସ୍କୃତିକ ନ୍ୟାସ ତରଫରୁ ଅନୁରୋଧ କରାଯାଇଛି । ଯେଉଁ ପ୍ରକାଶକ ଓ ବିକ୍ରେତାମାନେ ଏହି ମେଳାରେ ଯୋଗ ଦେବାକୁ ଚାହୁଁଛନ୍ତି ନିର୍ଦ୍ଧାରିତ ଫର୍ମରେ ସମ୍ମତି ପ୍ରଦାନ କଲେ ପାଠାଗାର ତରଫରୁ ସମସ୍ତ ପ୍ରକାର ସାହାଯ୍ୟ ସହଯୋଗ ଯୋଗାଇ ଦିଆଯିବ ବୋଲି ଅନୁଷ୍ଠାନ ତରଫରୁ କୁହାଯାଇଛି । ଆବଶ୍ୟକ ସ୍ଥଳେ ଆଦର୍ଶ ପାଠାଗାରର ସାଧାରଣ ସମ୍ପାଦକ ସୁକାନ୍ତ ଚନ୍ଦ୍ର ଖୁଣ୍ଟିଆ ମୋବାଇଲ ନଂ ୯୮୬୧୧୫୮୧୦୪ କିମ୍ବା ସଭାପତି ଚନ୍ଦ୍ର ଶେଖର ଶତପଥୀ ମୋବାଇଲ ନଂ ୮୮୯୫୫୦୧୩୯୭ରେ ଯୋଗାଯୋଗ କରିବା ପାଇଁ ପରାମର୍ଶ ଦିଆଯାଇଛି ।

Leave A Reply

Your email address will not be published.