oom

କବି ପ୍ରତାପ ପଣ୍ଡାଙ୍କ ଭାବ ନୈବେଦ୍ୟ ପୁସ୍ତକ ଲୋକାର୍ପଣ ଉତ୍ସବ

jsmm

ରାଉରକେଲା, (ସସ୍ମିତା ପ୍ରଧାନ) : କବି ପ୍ରତାପ କୁମାର ପଣ୍ଡାଙ୍କ “ଭାବ ନୈବେଦ୍ୟ ” ପୁସ୍ତକର ଲୋକାର୍ପଣ ଉତ୍ସବ ପ୍ରଗତି ଉତ୍କଳ ସଂଘଠାରେ ଅନୁଷ୍ଠିତ ହୋଇଯାଇଛି । ଓଡିଆ ଭାଷା ବିକାଶ ମଞ୍ଚର ସଭାପତି ଶିକ୍ଷାବିତ୍ ପ୍ରଶାନ୍ତ କୁମାର ପତିଙ୍କ ସଭାପତିତ୍ୱ ଓ ସାଧାରଣ ସଂପାଦକ ଆର୍ତ୍ତତ୍ରାଣ ମହାପାତ୍ରଙ୍କ ଆବାହକତ୍ୱରେ ତଥା ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଶ୍ରମିକ ନେତା ପ୍ରଶାନ୍ତ କୁମାର ବେହେରା ମୁଖ୍ୟ ଅତିଥି ଓ କବି ତ୍ରିନାଥ ସିଂ ସମୀକ୍ଷକ ଭାବେ ଯୋଗଦେଇ ଥିଲେ । ଏହି ଅବସରରେ ମୁଖ୍ୟ ଅତିଥି ଶ୍ରୀ ବେହେରା ଓଡିଆ ଭାଷା ସାହିତ୍ୟର କ୍ରମବିକାଶ ଧାରାରେ ଓଡିଆ ଭାଷା କିପରି ବିଶ୍ୱର ସର୍ବଶ୍ରେଷ୍ଠ ଭାଷା ରୂପେ ନିଜର ଗାରିମାକୁ ପ୍ରତିଷ୍ଠିତ କରିପାରିବ, ସେଥିପାଇଁ ସକଳ ସ୍ତରରେ ପ୍ରଚେଷ୍ଟା ଅବ୍ୟାହତ ରଖିବାକୁ ପରାମର୍ଶ ଦେଇଥିଲେ । ସଭାପତିତ୍ୱ ଅଭିଭାଷଣରେ ଶିକ୍ଷାବିତ୍ ଶ୍ରୀ ପତି ଜଗନ୍ନାଥ ସଂସ୍କୃତିର ମହିମ୍ନଧାରା କିପରି ଭାବ ନୈବେଦ୍ୟ ପୁସ୍ତକକୁ କର୍ପୂରିତ କରିଛି ଓ ସାତଶହ ବର୍ଷର ଜଗନ୍ନାଥ ସମ୍ବଳିତ କାବ୍ୟଯାତ୍ରାର ଆଲୋକପାତ କରିଥିଲେ । ସମୀକ୍ଷକ ଶ୍ରୀ ସିଂ କବିତାବଳୀର ଆଙ୍ଗିକ ଗଠନ ସହିତ କବିତାର ତିନୋଟି ଉପାଦାନ ରହସ୍ୟନୁଭବ, ସୌନ୍ଦର୍ୟ୍ୟବୋଧ, ସାଙ୍ଗତିକତା ସଂପର୍କରେ ଆଲୋଚନା କରିଥିଲେ । ଆବାହକ ଶ୍ରୀ ମହାପାତ୍ର ଓଡିଆ ସାହିତ୍ୟର ୨୫୦୦ବର୍ଷର କ୍ରାନ୍ତି ପୂର୍ଣ୍ଣ ଯାତ୍ରା ପଥ ଉପରେ ଆଲୋଚନା କରିଥିଲେ। ଦ୍ୱିତୀୟ ପର୍ଯ୍ୟାୟ କବିତା ପାଠୋତ୍ସବ କାର୍ଯ୍ୟକ୍ରମରେ ସର୍ବଶ୍ରୀ କାଶୀନାଥ ପାତ୍ର, ବଳରାମ ରାଉଳ, କୁଞ୍ଜବିହାରୀ ରାଉତ, ପ୍ରଣତୀ ବେହେରା, ଦେବେନ୍ଦ୍ର ଚୌଧୁରୀ, ତ୍ରିନାଥ ସିଂ, ଅଙ୍ଗୁରବାଳା ପରିଡା, ଅଭିରାମ ପ୍ରଧାନ, ଅଶୋକ କୁମାର ପଟ୍ଟନାୟକ, ରଶ୍ମି ସାହୁ, ବ୍ରଜବିହାରୀ ଦାଶ, ଗୌତମ ଦାସ, ତ୍ରିଲୋଚନ ସ୍ୱାଇଁ, ମୀନକେତନ ପଶାୟତ, ବିଷ୍ଣୁପଦ ସିଂଦେଓ ଓ ବସନ୍ତ ବିଶ୍ୱକର୍ମା ପ୍ରମୁଖ ସ୍ୱରଚିତ କବିତା ପାଠ କରିଥିଲେ । କବିତା ଗୁଡିକୁ ସମୀକ୍ଷା କରିଥିଲେ ସଭାପତି ଶ୍ରୀ ପତି । ପ୍ରାରମ୍ଭରେ କାଶୀନାଥ ପାତ୍ର ଅତିଥି ମାନଙ୍କର ପରିଚୟ ପ୍ରଦାନ କରିଥିବା ବେଳେ ରମାକାନ୍ତ ବେହେରା ଭାବ ନୈବେଦ୍ୟ ପୁସ୍ତକର କବିତା ଟିଏ ଗାନ କରି ଏକ ଭାକ୍ତିକ ପରିବେଶ ସୃଷ୍ଟି କରିଥିଲେ । ତାଙ୍କୁ ବାଦ୍ୟ ଯନ୍ତ୍ରରେ ପୁଲକ ରଂଜନ ମଲ୍ଲିକ ସହଯୋଗ କରିଥିବା ବେଳେ ସୌଦାମିନୀ ପଣ୍ଡା, ନିହାର ଦାସ ଓ ଅନ୍ୟମାନେ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ଶେଷରେ ପ୍ରତାପ କୁମାର ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ ।

jittmm
Leave A Reply

Your email address will not be published.